ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ସ୍ଥିତିପ୍ରଜ୍ଞଙ୍କ ପ୍ରତି ଲୋକଙ୍କ ସମର୍ଥନ ବଢିବାରେ ଲାଗିଛି । ଲୋକେ ଯେଉଁ ଭରଷା ବିଷ୍ଣୁ ବାବୁଙ୍କ ଉପରେ ରଖିଥିଲେ ସେ ଭରଷା ତାଙ୍କ ପୁଅଙ୍କ ଉପରେ ରଖିବେ । ଧାମନଗରେ ବିଜେପିର ଭଲ ସଙ୍ଗଠନ ରହିଛି । ଆଉ ଉପନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ।
ଶ୍ରୀ ମିଶ୍ର ଆହୁରି କହିଛନ୍ତି ବିଜେଡ଼ିରେ ଅଯୋଗ୍ୟତା ସବୁବେଳେ ଯୋଗ୍ୟତା ହୁଏ । କାହା ଦୁର୍ବଳତା ବିଜେପି ପାଇଁ ସବଳତା ନୁହେଁ । ରାଜେନ୍ଦ୍ର ଦାସଙ୍କ ବିଦ୍ରୋହ ବିଜେପିକୁ ଲାଭ ଦେଇପାରେ କି ପ୍ରଶ୍ନରେ ଜୟ ନାରାୟଣ କହିଲେ ଯେ ସବୁଠି ଅସନ୍ତୋଷର ଫାଇଦା ବିରୋଧିଙ୍କୁ ମିଳେ । ଏଠି ବି ମିଳିପାରେ। ଧାମନଗରରେ ବୁଥ୍ ଲେଭଲ, ୱାର୍ଡ ଲେଭଲରେ ବିଜେପିର ସଙ୍ଗଠନ ଅଛି ।
ଓଡ଼ିଶା ର ତିନି କେନ୍ଦ୍ର ମନ୍ତ୍ରୀ ମାନେ ପ୍ରଚାର କରିବେ । ବିଜେଡ଼ି ସରକାରରେ ଅନେକ ଅଯୋଗ୍ୟ ମନ୍ତ୍ରୀ ଅଛନ୍ତି । ନିଜ ବିଭାଗ ବିଷୟରେ ମନ୍ତ୍ରୀ ମାନେ ଜାଣୁନାହାନ୍ତି । ଅର୍ଥ ବଳ, ବାହୁ ବଳ ଓ ସରକାରୀ କଳକୁ ନେଇ ବିଜେଡ଼ି ନିର୍ବାଚନ ଜିତୁଛି । ଆଉ ଧାମନଗର ବାସୀ ଏହାର ଉଚିତ ଜବାବ ଦେବେ ।
ରାଜନୀତି ଖବର ଆହୁରି ପଢନ୍ତୁ ।