ଖଜୁରୀପଡ଼ା ଥାନା ଅନ୍ତର୍ଗତ ବେଡ଼lଙ୍ଗପାଜୁ ଗ୍ରାମର ରାଜାମିସ୍ତ୍ରୀ ଶ୍ରୀବତ୍ସ ବେହେରା । ସେହି ଘର ପ୍ଳାଷ୍ଟର କରିବା ପାଇଁ କାନ୍ଥକୁ ଖୋଳୁଥିଲା କାନ୍ଥ ଆର ପାଖରେ ଥିବା ବିଦ୍ୟୁତ ତାରାର ସଂସ୍ପର୍ଶରେ ଆସି ତଳେ ପଡିଯାଇଥିଲା l ସେଠି କାମ କରୁଥିବା ଶ୍ରମିକ ମାନେ ମିସ୍ତ୍ରୀ ଶ୍ରୀବତ୍ସକୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟଚିକିତ୍ସାଳୟ ରେ ଭର୍ତି କରିଥିଲେ l
ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ଶ୍ରୀବତ୍ସଙ୍କ ଉପରେ ତାଙ୍କ ପରିବାର ନିର୍ଭର କରୁଥିଲେ ତେଣୁ ତାଙ୍କ ପତ୍ନୀ ସୌଦାମିନୀ ବେହେରା କ୍ଷତି ପୂରଣ ଦାବିକରି ଫୁଲବାଣୀ ଟାଉନ୍ ଥାନା ଏକ ଲିଖିତ ଅଭିଯୋ କରିଛନ୍ତି l