ଏହାସହ ତାଙ୍କ ଜନ୍ମ ଗାଁ ଗଞ୍ଜାମର ପୁଟବାଗଡ଼ାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ, ୫ଟି ସ୍ଥାନରେ ଚାଲିଛି ରେଡ୍

ଅର୍ଗସ ବ୍ୟୁରୋ: ବ୍ରହ୍ମପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ। ଖୋର୍ଦ୍ଧା ଓ ଗଞ୍ଜାମ ସହ ଏକକାଳୀନ 5 ଟି ସ୍ଥାନରେ ଚାଲିଛି ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ କରୁଛି।ଚଢ଼ାଉରେ ସାମିଲ ଅଛନ୍ତି ଚାରି ଜଣ ଡିଏସପି, 10 ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ । ବ୍ରହ୍ମପୁର ଗଜପତି ନଗର ଅଷ୍ଟମ ଲାଇନରେ ବାସ କରୁଥିବା ଚାରି ମହଲା କୋଠା, ସେହିପରି ୧୧ ନମ୍ବର ଲାଇନରେ ଥିବା ପାଞ୍ଚ ମହଲା କୋଠା, ଭୁବନେଶ୍ୱରର AIIMS ନଗର ତୃତୀୟ ଲାଇନରେ ଥିବା ଚାରି ମହଲା କୋଠା ଏବଂ ବ୍ରହ୍ମପୁରର ଆମ୍ବପୁଆରେ ସେଠୀଙ୍କ ଅଫିସ୍ରେ ଚଢ଼ାଉ ଚାଲିଛି ।
Download Argus News App
