ତାରଟି ଘର ଉପରେ ଯାଇଥିବାରୁ ଭବିଷ୍ୟତରେ ତାର ଛିଣ୍ଡି ଅଘଟଣ ଆଶଙ୍କା ଥିବାରୁ ମୋହନ ଚନ୍ଦ୍ର ଗଡ଼ତିଆ ତାର ଟାଣିବାକୁ ବିରୋଧ କରୁଛନ୍ତି । ଘର ଉପରେ ଯାଉଥିବା ଅଂଶକୁ କେବୁଲ ତାର ଦେବାକୁ ଦାବି କରିଛନ୍ତି । ସଂଯୋଗ ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଆଜି ସହକାରୀ ଯନ୍ତ୍ରୀ ସିପକ ଦାସ, କନିଷ୍ଠ ଯନ୍ତ୍ରୀ ରୋହିତ ସାହୁ ଓ ଛେଣ୍ଡିପଦା ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ । କେବୁଲ ଖର୍ଚ୍ଚ ମୋହନଙ୍କୁ କେବୁଲ ଖର୍ଚ୍ଚ ବହନ କରିବାକୁ ଟାଟା କମ୍ପାନୀ ପକ୍ଷରୁ କୁହାଯାଇଥିବାରୁ ମୋହନ ଅମଙ୍ଗ ହୋଇଥିଲେ । ଗ୍ରାମବାସୀ ମଧ୍ୟ ଗରିବ ମୋହନର ଆର୍ଥିକ ଅନାଟନ ପରିସ୍ଥିତି ଭଲ ନଥିବାରୁ ଟାଟା କମ୍ପାନୀ କେବୁଲ ଖର୍ଚ୍ଚ ବହନ କରିବାକୁ ବାଧ୍ୟ କରାଯାଇଥିଲା । ଆସିଥିବା ଅଧିକାରୀ ଉଦ୍ୟମ କରିବାକୁ ପ୍ରତିଶ୍ରୁତି ଫେରିଛନ୍ତି । ଅପରପକ୍ଷରେ ବିଦ୍ୟୁତ ଖାଉଟି ମଞ୍ଚ ପକ୍ଷରୁ କାଲି ଅପରାହ୍ନ ୩ ଟା ସୁଦ୍ଧା ବିଦ୍ୟୁତ ସଂଯୋଗ ନହେଲେ କ୍ଷତିଗ୍ରସ୍ତ ଖାଉଟିଙ୍କୁ ନେଇ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଦୁଇ ଦିନ ବିତିଲା ଅନ୍ଧାରରେ ୧୫ ଟି ଗ୍ରାମ

ଅର୍ଗସ ବ୍ୟୁରୋ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସନ୍ତରାବନ୍ଧ ଗ୍ରାମରେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ୨ଦିନ ବିତିଲା ୧୫ ଟି ଗ୍ରାମ ଅନ୍ଧାରରେ ଥିବାରୁ ଅସନ୍ତୋଷ ଦେଖାଦେଇଛି । ସୂଚନା ଯେ, ଗତ ୬ ତାରିଖ ମଙ୍ଗଳବାର ଅପରାହ୍ନ ୩ ଟାରେ ସନ୍ତରାବନ୍ଧ ଗ୍ରାମର ସଡ଼କସାହିର ମୋହନ ଚନ୍ଦ୍ର ଗଡ଼ତିଆଙ୍କ ଘର ନିକଟରେ ୧୧ କେଭି ଲାଇନ ୩ ତାର ମଧ୍ୟରୁ ଗୋଟିଏ ତାର ଛିଣ୍ଡି ତଳେ ପଡିଥିଲା । ଖବର ପାଇ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି । କୋଶଳାରୁ ସନ୍ତରାବନ୍ଧ, କଙ୍କୁରପାଳ, ବଡ଼ବେରେଣା, ଶାଳଖମଣ, କେନ୍ଦୁପଶି, କମ୍ପସଲା, ମଣ୍ଡୁଆ, ପୁରିଆବେଡା, ହରିବେରେଣୀ, ହରିହରପୁର ସହିତ ୧୫ ଟି ଗ୍ରାମକୁ ବିଦ୍ୟୁତ ସଂଯୋଗ ହେଉଛି ।
Download Argus News App
