ଏହି ଟୁର୍ ଓଡ଼ିଶା ଏବଂ ଏହାର ପୃଷ୍ଠପୋଷକମାନଙ୍କ ସହ ବ୍ରାଣ୍ଡ୍ର ସମ୍ପର୍କକୁ ପାଳନ କରୁଛି । ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା ଜରିଆରେ ରିଲାଏନ୍ସ ପକ୍ଷରୁ ଏହାର ପୃଷ୍ଠପୋଷକମାନଙ୍କୁ ରିଲାଏନ୍ସ ଜୁଏଲ୍ସର ଆକର୍ଷଣୀୟ ହୀରା ଗହଣାକୁ ପରିଧାନ କରିବା ଏବଂ ଓଡ଼ିଶାର ଅତି ପରିଚିତ ଏଲିନା ସାମନ୍ତରାୟଙ୍କ ସହ ରାମ୍ପ୍ରେ ଚାଲିବା ଓ ଓଡ଼ିଶାରେ ରିଲାଏନ୍ସ ଜୁଏଲ୍ସର ଥିବା ୫ ନିର୍ଦିଷ୍ଟ ଷ୍ଟୋରରେ ଏହି ଚମତ୍କାର ଅଭିନେତ୍ରୀଙ୍କ ସହ ଭାବ ବିନିମୟ କରିବାର ଏକ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିଛି ।
ଅଧିକ ପଢନ୍ତୁ: “ରିଲାଏନ୍ସ ଜୁଏଲ୍ସ ସହିତ ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍
ଗତ ସପ୍ତାହ ଫେବ୍ରୁଆରି ୩ ତାରିଖରେ ରିଲାଏନ୍ସ ଜୁଏଲସ୍ର ଚନ୍ଦ୍ରଶେଖରପୁର ସୋ’ରୁମ୍ରେ ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା ଆରମ୍ଭ ହୋଇଥିଲା ଯେଉଁଠାରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପାଇଁ ଏଲିନା ଏବଂ ରିଲାଏନ୍ସ ଜୁଏଲ୍ସର ସିଇଓ ସୁନିଲ ନାୟକ ଉପସ୍ଥିତ ଥିଲେ । ଏହା ପରେ ଏଲିନା ଏବଂ ରିଲାଏନ୍ସ ଜୁଏଲ୍ସ୍ ପୃଷ୍ଠପୋଷକଙ୍କ ମଧ୍ୟରେ ଭାବ ବିନିମୟ ହୋଇଥିଲା ଏବଂ ଭାଗ୍ୟଶାଳୀ ବିଜେତାମାନେ ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ଚମତ୍କାର ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ସହ ସ୍ୱତନ୍ତ୍ର ମିଟ୍ ଆଣ୍ଡ୍ ଗ୍ରିଟ୍ରେ ସାମିଲ ହୋଇଥିବା ବେଳେ ସ୍ୱତନ୍ତ୍ର ଫଟୋ ଉଠାଇବା ତଥା ଏଲିନାଙ୍କ ସହିତ ରାମ୍ପ୍ରେ ଚାଲିବାର ସୁଯୋଗ ପାଇଥିଲେ । ଏହି ଟୁର୍ ରିଲାଏନ୍ସ ଜୁଏଲ୍ସର କଟକ, ଅନୁଗୁଳ ଓ ବ୍ରହ୍ମପୁର ଷ୍ଟୋରରେ ମଧ୍ୟ ଜାରି ରହିଥିଲା ଯେଉଁଠାରେ ଆକର୍ଷଣୀୟ ହୀରା ଗହଣାକୁ ପ୍ରଦର୍ଶନ କରାଯାଇଥିଲା ଏବଂ ଗ୍ରାହକମାନେ ଏଲିନାଙ୍କ ସହ ମିଟ୍ ଆଣ୍ଡ୍ ଗ୍ରିଟ୍କୁ ଉପଭୋଗ କରିଥିଲେ ।
ଏହି ଟୁରରେ ସମସ୍ତ ପାଂଚ ସ୍ଥାନରେ ଏଲିନା ଓ ଡ୍ରିମ୍ ଡାଇମଣ୍ଡ୍ ପ୍ରତିଯୋଗିତାର ବିଜେତାମାନେ ରିଲାଏନ୍ସ ଜୁଏଲ୍ସରୁ ନିଜ ପସନ୍ଦର ହୀରା ଡିଜାଇନ୍କୁ ପିନ୍ଧିଥିଲେ ଏବଂ ସେମାନେ ବେଶ ଆକର୍ଷଣୀୟ ଦେଖାଯାଉଥିଲେ । ଏଲିନାଙ୍କୁ ଭେଟି ଗ୍ରାହକମାନେ ଉତ୍ଫୁଲ୍ଲିତ ହୋଇଥିଲେ ଏବଂ ସେହି ଅନୁଭୂତିକୁ ଉପଭୋଗ କରିଥିଲେ । ଏହି ପାଂଚ କାର୍ଯ୍ୟକ୍ରମରେ ଏଲିନା ନିଜର କିଛି ଡ୍ରିମ୍ ଡାଇମଣ୍ଡ୍ ଲୁକ୍ ଉପରେ ପରାମର୍ଶ ଦେଇଥିଲେ ଯାହାକୁ ବେଶ ପ୍ରଶଂସା କରାଯାଇଥିଲା । ଏହା ସହିତ ସମସ୍ତ ଗ୍ରାହକ ନିଜ ନିଜ ଷ୍ଟାଇଲ୍ରେ ବେଶ ଚମତ୍କାର ଦେଖାଯାଉଥିଲେ ଓ ଷ୍ଟାଇଲ୍ର ସହ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।
ରିଲାଏନ୍ସ ଜୁଏଲ୍ସରେ ରହିଥିବା ହୀରା ସମ୍ଭାର ହେଉଛି ଆଇଜିଆଇ ଓ ଅନ୍ତର୍ଜାତୀୟ ସାର୍ଟିଫାଏଡ୍ ଏବଂ ପ୍ରତି ବଜେଟ୍, ବୟସ ବର୍ଗ ଓ ବଜେଟ୍ ପାଇଁ ବ୍ୟାପକ ବର୍ଗର ନେକ୍ଲେସ୍, ନେକ୍ଲେସ୍ ସେଟ, ଇୟରରିଙ୍ଗ, ରିଙ୍ଗ, ପେଣ୍ଡାଂଟ୍, ଚୂଡ଼ି ଓ ବ୍ରେସ୍ଲେଟ୍ ପ୍ରଦର୍ଶନ କରାଯାଇଛି । ବିବାହଠାରୁ ପାର୍ଟି, ଉତ୍ସବରୁ ଜନ୍ମଦିନ ଏବଂ ବାର୍ଷିକୀ ପାଳନ, ଉପହାର ବିକଳ୍ପରୁ ଶିଶୁଙ୍କ ପାଇଁ ଡିଜାଇନ ପର୍ଯ୍ୟନ୍ତ ପ୍ରତି ଅବସର ପାଇଁ ଡିଜାଇନ୍ ସମେତ ପୁରୁଷଙ୍କ ପାଇଁ ଆକର୍ଷଣୀୟ ଗହଣା ଏବଂ ମହିଳାଙ୍କ ପଇଁ ହାଲୁକା ଓ ୱାର୍କ ଓୟାର ଗହଣା ରହିଛି ।
ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା ବିଷୟରେ ରିଲାଏନ୍ସ ଜୁଏଲ୍ସର ସିଇଓ ସୁନିଲ ନାୟକ କହିଛନ୍ତି ଯେ, “ଏକ ବଜାର ଭାବେ ଓଡ଼ିଶା ଆମର ଅତି ନିକଟତର ଏବଂ ଏଠାରେ ୧୨ ସହରରେ ୧୭ଟି ଷ୍ଟୋର ରହିଛି ଯାହା ହେଉଛି ଓଡ଼ିଶାରେ ଗହଣା ରିଟେଲରମାନଙ୍କ ମଧ୍ୟରେ ଅନ୍ୟତମ ସର୍ବବୃହତ ନେଟ୍ୱର୍କ । ବିପୁଳ ଭରସା, ବିଶ୍ୱାସନୀୟତା ଏବଂ ପୃଷ୍ଠପୋଷକତା ଆଦି ଯାହା ଆମ ଉପରେ ବର୍ଷ ବର୍ଷ ଧରି ପ୍ରକଟ କରିଛନ୍ତି ସେଥିପ୍ରତି ସେମାନଙ୍କୁ କୃତଜ୍ଞତା ଜଣାଇବାର ଏକ ପ୍ରୟାସ ଭାବେ ଏହି ଯାଦୁକରୀ ଅନୁଭୂତି ଆମେ ଓଡ଼ିଶାର ଗ୍ରାହକମାନଙ୍କୁ ପ୍ରଦାନ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ ।’’
ରିଲାଏନ୍ସ ଜୁଏଲ୍ସ ସହ ସହଯୋଗିତା ସମ୍ପର୍କରେ ଏଲିନା ସାମନ୍ତରାୟ କହିଛନ୍ତି ଯେ, “ଓଡ଼ିଶା ହେଉଛି ମୋ ହୃଦୟର ଅତ୍ୟନ୍ତ ନିକଟତର ଓ ଏହି ଡ୍ରିମ୍ ଡାଇମଣ୍ଡ୍ ଟୁର୍କୁ ମୁଁ ସମ୍ପୂର୍ଣ୍ଣ ଉପଭୋଗ କରିଛି ଏବଂ ଓଡ଼ିଶାର ବିଭିନ୍ନ ସୋ’ରୁମ୍ରେ ରିଲାଏନ୍ସ ଜୁଏଲ୍ସ ଗ୍ରାହକମାନଙ୍କ ସହ ଭାବ ବିନିମୟ କରିବା ଓ ସେମାନଙ୍କ ସହ ମୋ ପସନ୍ଦର ହୀରା ଲୁକ୍ ଅନୁଭୂତି ବାଟିଂବା ବେଶ ଆନନ୍ଦଦାୟକ ଥିଲା । ରିଲାଏନ୍ସ ଜୁଏଲ୍ସର ଆକର୍ଷଣୀୟ ଗହଣା ଡିଜାଇନ୍ ପରିଧାନ କରି ପ୍ରତ୍ୟେକ ଗ୍ରାହକ ବେଶ ଆକର୍ଷଣୀୟ ଲାଗୁଥିଲେ ।
ମନୋରଞ୍ଜନ ନ୍ୟୁଜ ଆହୁରି ପଢନ୍ତୁ
ଏହି ଅତୁଲ୍ୟ ଯାତ୍ରାର ଅଂଶ ହୋଇଥିବାରୁ ଆମେ ଗର୍ବିତ ଏବଂ ସାରା ଓଡ଼ିଶାରେ ରିଲାଏନ୍ସ ଜୁଏଲ୍ସ ସୋ’ରୁମ୍ଗୁଡ଼ିକୁ ପରିଦର୍ଶନ କରିବା ଏବଂ ଆକର୍ଷଣୀୟ ଗହଣା ଅନୁଭୂତି ହାସଲ କରିଥିବାରୁ ବେଶ ଉଲ୍ଲସିତ । ହୀରା ବ୍ୟତୀତ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ସୁନାରେ ଉଭୟ ପାରମ୍ପରିକ ଓ ସମସାମୟିକ ସୁନାର ବିଆଇଏସ ହଲମାର୍କର ସୁନ୍ଦର ଡିଜାଇନ୍କୁ ପ୍ରଦର୍ଶନ କରାଯାଇଥିଲା ଯାହା ଥିଲା ଅସିମ । ସେବାର ମାନ ବହୁତ ଭଲ ଏବଂ ସେଥିରୁ ଚୟନ କରିବା ଲାଗି ବହୁ ପ୍ରକାର ବିକଳ୍ପ ରହିଛି ।