ହାତୀ ମଣିଷ ଲଢ଼େଇ ଭିତରେ ପୁଣି ଯାଇଛି ଦୁଇ ହାତୀଙ୍କ ଜୀବନ । ସମ୍ବଲପୁର ବଡରମା ରେଞ୍ଜ ସର୍ଡା ତିଲେଇମାଲ ଜଙ୍ଗଲରୁ ମିଳିଛି ଏକ ମାଈହାତୀ ସହ ଏକ ଦନ୍ତାର ମୃତଦେହ । ପାରିପର୍ଶ୍ବିକ ପରିସ୍ଥିତିକୁ କେହି ବିଷ ଦେଇ ହତ୍ୟା କରିଥିବା ଅନୁମାନ କରାଯାଉଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ବନ ବିଭାଗ । ଘଟଣାକୁ ଗୁରୁତର ସହ ନେଇ ନୂତନ ଭାବେ ଗଠନ କରାଯାଇଥିବା ଜଏଣ୍ଟ ଟାକ୍ସ ଫୋର୍ସକୁ ଏହାର ତଦନ୍ତ ଦାୟିତ୍ବ ଦିଆଯାଇଛି ।
୨୦୧୧ ରୁ ୨୦୨୦ ମଧ୍ୟରେ ହାତୀ ଆକ୍ରମଣରେ ୭୧୫ ଜଣଙ୍କ ମୃତ୍ୟୁ ହୋଇଛି । ହାତୀ ଆସିଲେ ଲୋକଙ୍କ ପାଖକୁ ମେସେଜ ଯିବା, ଆପ ମାଧ୍ୟମରେ ହାତୀ ଲୋକେସନ ଟ୍ରେସ ହେବା ପରେ ଲୋକଙ୍କୁ ଆଲର୍ଟ କରିବ ଭଳି ବନ ବିଭାଗ ନେଇଥିବା ପଦକ୍ଷେପ ଫେଲ ମାରିଛି । ଏବେ ବନ ବିଭାଗର ବିଳମ୍ବିତ ତତ୍ପରତା ହାତୀ ମଣିଷ ଲଢ଼େଇ ରୋକିବାରେ କେତେ ସଫଳ ହେଉଛି ତା ଉପରେ ନଜର ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।