ଅଧିକ ପଢନ୍ତୁ : ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ
ହାତୀ ଗୁଡିକୁ ପୁନଃ ଜଙ୍ଗଲ ମୁହାଁ କରାଇବା ସହ ସ୍ଥାନୀୟ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ନେବା କାର୍ଯ୍ୟ ସାରି ଫେରୁଥିଲେ । ବନ ବିଭାଗର ଏକ ଧଳା ରଙ୍ଗର ବୋଲେରୋ ଗାଡି ଯେଉଁଥିରେକି ପ୍ରାୟ ଛଅ ଜଣ ବନ କର୍ମଚାରୀ ବସିଥିଲେ । ହଠାତ ଏକ ଦନ୍ତା ହାତୀ ଆକ୍ରମଣ କରିଥିଲା । ଜଙ୍ଗଲ ଭିତରୁ ବାହାରି ହାତୀଟି ଚଳନ୍ତା ବୋଲେରୋ ଟିକୁ ପ୍ରାୟ ୩୦୦ ମିଟର ପର୍ଯ୍ୟନ୍ତ ଗୋଡ଼ାଇ ଥିଲା । ସେପଟେ ପ୍ରାଣ ବିକଳରେ ବନ କର୍ମଚାରୀ ସେଠାରୁ ଖସି ବାରେ ସକ୍ଷମ ହୋଇଥିବା କହିଛନ୍ତି ରେଞ୍ଜର ।