Headlines 6pm
ବାଲେଶ୍ଵର : ନୀଳଗିରିରେ ପୁଣି ହାତୀ ଆତଙ୍କ। ନୀଳଗିରି ଉପଖଣ୍ଡ ଅଧିନ ଜୁଣିଆ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ହାତୀ ପଶିଆସିଥିଲା। ହାତୀଟି ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିବା ସହ ଖଳାରୁ ଧାନ ଖାଇବାକୁ ଆକ୍ରମଣ କରିଛି। ଏହି ସମୟରେ ହାତୀକୁ ଘଉଡାଇବାକୁ ଯାଇ ବ୍ୟକ୍ତି ଜଣଙ୍କ ଆହତ ହୋଇଛନ୍ତି।
ସୂଚନାନୁଯାୟୀ, କୁଳଡିହା ଅଭୟାରଣ୍ୟର ନୀଳଗିରି ଉପଖଣ୍ଡ ଅଧିନ ଜୁଣିଆ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ହାତୀ ପଶିଆସିଥିଲା। ଧାନ ଖଳାରେ ସୁଖାଯାଇଥିବା ଧାନ ଖାଇବା ଲକ୍ଷ୍ୟରେ ଆସି ଧାନ ଖାଇ ଘର ଭାଙ୍ଗି ଜଣଙ୍କୁ ଆକ୍ରମଣ କରିଛି। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ନାଗେନ୍ଦ୍ର ଦଳେଇ ତାଙ୍କୁ ମେଡିକାଲରେ ଗୁରୁତର ଭାବେ ଭର୍ତ୍ତି କରାଯାଇଛି। ତେବେ ଏହି ସମୟରେ ନାଗେନ୍ଦ୍ରଙ୍କ ସ୍ତ୍ରୀ ତାଙ୍କୁ ବଞ୍ଚାଇବାକୁ ଯାଇ ସେ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ କୁଳଡିହା ରେଞ୍ଜର ବିଜୟ ମହାପାତ୍ର ଗୁରୁତରଙ୍କୁ ଭେଟି ତଦନ୍ତ ଆରମ୍ଭ କରିଛନ୍ତି।