ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ପେଟ୍ରୋଲିଂ ବେଳେ ଦନ୍ତା ଆକ୍ରମଣ

ବାଲେଶ୍ୱର: ହାତୀ ଆକ୍ରମଣରେ କୁଳଡିହା ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟର୍ ସମେତ ଗାର୍ଡ ଓ ସବୁଜ ବାହିନୀ କର୍ମଚାରୀର ସମୁଦାୟ ୬ ଆହତ ହୋଇଛନ୍ତି । କୂଳଡିହା ଅଭୟାରଣ୍ୟ ରେଞ୍ଚ ଅଧିନ ଖୁମକୁଟ ଠାରେ ହାତୀକୁ ଧାନ କ୍ଷେତରୁ ଜଙ୍ଗଲକୁ ଘୋଉଡାଇବା ବେଳେ ହାତୀଟି ବୁଲି ପଡି ଆକ୍ରମଣ କରିଥିଲା । ଆକ୍ରମଣରେ ବନ ବିଭାଗ ଗାଡି ଚୁରମାର ହୋଇଥିବାବେଳେ କର୍ମଚାରୀମାନେ ଆହତ ହୋଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ କୂଳଡିହା ରେଞ୍ଜର ପହଞ୍ଚି ହାତୀକୁ ନଜର ରଖିଥିବା ଦେଖାଦେଇଛି।
Download Argus News App
