ସେହିପରି ଅନୁଗୋଳ ଜିଲ୍ଲା ବତିସୁଆଁ ଶ୍ରୀରାମପୁର ଗାଁରେ ହାତୀ ଜଣଙ୍କ ଜୀବନ ନେଇଛି । ରାତିରେ ବିଲକୁ ଧାନ ଜଗିବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ଚାଷୀ ଅନାଦି ହାଣ୍ଡିଆରିଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଗ୍ରାମବାସୀ ମୃତଦେହକୁ 149 ନମ୍ବର ଜାତୀୟ ରାଜପଥ ଉପରେ ରଖି କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।
ଅନ୍ୟପଟେ ନୀଳଗିରିରେ ଝାଡ଼ଖଣ୍ଡୀ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି । ହୀତପଲ ଅଞ୍ଚଳକୁ ପଶି ଆସି ଧାନ ଫସଲ ଦଳି ଚକଟି ନଷ୍ଟ କରିଛନ୍ତି । ସେପଟେ ଆଉ ଏକ ହାତୀପଲ ଖାଦ୍ୟ ଅନ୍ୱେଷଣରେ ମୟୂରଭଞ୍ଜ ଦେଉଳି ରେଞ୍ଜ ଦେଇ ନୀଳଗିରିକୁ ପଶି ଆସିଥିବା ସୂଚନା ରହିଛି । ଏଥିପାଇଁ ଉଭୟ ନୀଳଗିରି ଓ କୁଳଡିହା ବନ ଭିବାଗ ହାତୀର ଗତିପଥ ଉପରେ ନଜର ରଖିଛି।
ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଦିନକୁ ଦିନ ବଢୁଥିବାବେଳେ ସାଧାରଣ ଲୋକ ଅଯଥାରେ ହଇରାଣ ହେଉଛନ୍ତି । ଖାଦ୍ୟ ଅନ୍ୱେଷଣରେ ହାତୀମାନେ ଜନବସତି ମୁହାଁ ହେଉଛନ୍ତି. ହେଲେ ହାତୀଙ୍କୁ ରୋକିବାରେ ବନବିଭାଗ ବିଫଳ ହେଉଛି