ଜେନାଵିଲ ରେଞ୍ଜ ଅଞ୍ଚଳରେ ଏକ ଦନ୍ତାହାତୀ କୁ ହତ୍ୟା କରି ଦାନ୍ତ କାଟିନେଵା,ପରେ ମୃତଦେହକୁ ପୋଡ଼ିଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ ଶିମିଳିପାଳ ବକୁଆ ଗାଁର ସବୁଜ ବାହିନୀ ତୁରାମ୍ ପୂର୍ତ୍ତି। ଏ ଘଟଣାରେ ଜେନାବିଲ ରେଞ୍ଜର ଶିବଶଙ୍କର ସାମଲ, ଗରାଣ୍ଡିଆ ବିଟ୍ ଫରେଷ୍ଟର ଚନ୍ଦ୍ରଭାନୁ ଵେହେରା, ଏସ୍ ଟି ପି ଏଫ୍ କ୍ୟାମ୍ପର ର କର୍ମଚାରୀ ବିନୋଦ ଦାସ ନିଲମ୍ବିତ ହେବା ସହ ଗିରଫ ହୋଇ ଜେଲରେ ଅଛନ୍ତି ।
ଯେହେତୁ ତୁରାମ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ ତେଣୁ ତାଙ୍କୁ ଷଡ଼ଯନ୍ତ୍ର କରି ମାରିଦିଆଯାଇଥିବା ଅଭିଯୋଗ କରିଥିଲେ ତୁରାମଙ୍କ ପତ୍ନୀ। ତୁରାମଙ୍କୁ ଗୁରୁତ୍ବର ଅବସ୍ଥାରେ ଚିକିତ୍ସାଧୀନ ଥିବା ବେଳେ କଟକ ବଡ଼ ମେଡିକାଲରେ ପ୍ରାଣ ହରାଇଥିଲେ। ଏସସିବିରେ ଚିକିତ୍ସାଧୀନ ବେଳେ କ୍ୟାମ୍ପରେ ଥିବା ବନ କର୍ମଚାରୀ ତାଙ୍କୁ ନିସ୍ତୁକ ମାଡ଼ମାରି ବିଷ ପିଆଇ ଦେଇଥିବା କଥା ତୁରାମ ତାଙ୍କୁ କହିଥିଲେ ବୋଲି ଏତଲାରେ କହିଛନ୍ତି ପତ୍ନୀ ଚିଲମ୍।
ଏପରିକି କଟକ ଡ଼ାକ୍ତରଖାନାରୁ ତୁରାମଙ୍କ ମୃତଦେହ ନେଇ ଗାଡ଼ି ରେ ଆସୁଥିବା ବେଳେ ଠାକୁରମୁଣ୍ଡା ଜଙ୍ଗଲରେ ମୃତଦେହକୁ ଵନ କର୍ମଚାରୀ ଫିଙ୍ଗିଦେବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ କରିଛନ୍ତି ଚିଲମ। ସେ ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଖରାପ ବ୍ୟବହାର ମଧ୍ୟ ଅଭିଯୋଗ କରିଛନ୍ତି । ତୁରାମଙ୍କର ତିନିଟି ଛୋଟ ପିଲା ଅଛନ୍ତି। ଏଣୁ ତାଙ୍କ ପରିବାରର ଭରଣ ପୋଷଣ ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ବକୁଆ ଗ୍ରାମବାସୀ । ଚିଲମଙ୍କ ଏତଲା ଆଧାରରେ ଯଶିପୁର ଥାନାରେ କେଏକ ମାମଲା ରୁଜ୍ଜୁ ହୋଇଛି ।
ଓଡିଶା ଖବର ଆହୁରି ପଢନ୍ତୁ