ଘଟଣାସ୍ଥଳରେ ନୀଳଗିରି କୁଳଡିହା ରେଞ୍ଜର , ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟର , ପ୍ରାଣୀଧନ ବିଶେଷଜ୍ଞ ପହଁଚିଥିବା ଜଣାପଡ଼ିଛି। ତେବେ ଏହି ହାତୀର ମୃତ୍ୟୁକୁ ମିଶାଇ ଚଳିତ ବର୍ଷ କୁଳଡିହା ଅଭୟାରଣ୍ୟ ରେ ଛୋଟବଡ ୫ଟି ହାତୀର ମୃତ୍ୟୁ ହୋଇସାରିଲାଣି। ଧୀରେ ଧୀରେ କୂଳଡିହା ଅଭୟାରଣ୍ୟରେ ହାତୀ ବଂଶ ଲୋପ ପାଉଥିବାରୁ ପରିବେଶବିତ ଓ ପ୍ରକୃତିପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି।
ପୁଣି ଏକ ମାଇହାତୀର ମୃତଦେହ ଉଦ୍ଧାର

ଅର୍ଗସ ବ୍ୟୁରୋ: ସଙ୍କଟରେ ଗଜରାଜ। ପୁଣି ଏକ ମାଇହାତୀର ମୃତଦେହ ଉଦ୍ଧାର। ନୀଳଗିରି ପଞ୍ଚଲିଙ୍ଗେଶ୍ବର ଫରେଷ୍ଟ ବିଟ ଅଧିନ ସିଆଡିମାଳ ନିକଟ କଦମଶୋଳ ଠାରେ ଏକ ବୃଦ୍ଧା ମାଇ ହାତୀର ମୃତଦେହ ଉଦ୍ଧାର କରିଛି କୁଳଡିହା ବନ ବିଭାଗ। ଗତକାଲି ରାତିରେ ହାତୀଟିର ମୃତ୍ୟୁ ହୋଇଥିବା କୁହାଯାଉଛି। ମାଇ ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତେବେ ବୟସାଧିକ କାରଣରୁ ପ୍ରାକୃତିକ ମୃତୁ ହୋଇଥାଏ ପାରେ ବୋଲି ଅନୁମାନ କରାଯାଉଛି।
Download Argus News App
