ସେପଟେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଜାମପଡା ଓ ଖୈରମାଲ ଯିବା ରାସ୍ତାର ଏକ ପଡ଼ିଆରେ ଗତ ୧୦ ତାରିଖ ସକାଳେ ଏକ ମାଈ ହାତୀ ମରି ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।
ଗୋଟିଏ ଦିନ ପରେ ଗଲା ପୁଣି ଏକ ହାତୀର ଜୀବନ

କଳାହାଣ୍ଡି: କଳାହାଣ୍ଡିରେ ପୁଣି ଏକ ହାତୀର ମୃତ୍ୟୁ। କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ଜାମପଡା ଗ୍ରାମର କିଛି ଦୂରରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି ।ହାତୀଟିର ଶରୀରରେ ବିଭିନ୍ନ ଜାଗାରେ କ୍ଷତ ବିକ୍ଷତ ଦେଖିବାକୁ ମିଳିଛି। ଉକ୍ତ ମୃତ ହାତୀ ପାଖରେ ବନବିଭାଗ ପହଞ୍ଚି ଜଗିରହିଛନ୍ତି । ଗତ ଦୁଇ ଦିନ ତଳେ କମେଗା ଜଙ୍ଗଲରେ ଏକ ମାଈ ହାତୀ ବିଦୁତ୍ୟ ତାର ଲାଗି ମୃତ୍ୟୁ ବରଣ କରିଥିଲା । ପୁଣି ଏକ ହାତୀର ଜୀବନ ଯିବା ବନବିଭାଗର କାର୍ଯ୍ୟକାରୀତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ମୃତ୍ୟୁର କାରଣ ଜଣାପଡିନଥିବାବେଳେ ତଦନ୍ତ ଜାରି ରହିଛି।
Download Argus News App
