୨୦୧୭ ରେ ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁଯାୟୀ ,ରାଜ୍ୟରେ ୧୯୭୬ ଟି ହାତୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୩୪୪ ବୟସ୍କ ଅଣ୍ଡିରା ହାତୀ ଅଛନ୍ତି । ତେବେ ଓଡିଶା ୱାଇଲ୍ଡଲାଇଫ ସୋସାଇଟି( ଡବ୍ଲୁଏସଓ) ତଥ୍ୟ ଅନୁସାରେ ଏହି ୫ ବର୍ଷ ମଧ୍ୟରେ ଓଡିଶାରେ ୧୦୪ ଟି ଦନ୍ତା ହାତୀଙ୍କ ମୃତ୍ୟ ହୋଇଛି,ଯେଉଁମାନଙ୍କ ବୟସ ୧୫ ବର୍ଷ ଥିଲା ।ସେହିପରି ଘୁମୁସରଉତ୍ତର ବନଖଣ୍ଡରେ ୪ଟି ବୟସ୍କ ଦନ୍ତା ଥିବାବେଳେ ଘୁମୁସର ଦକ୍ଷିଣ ବନଖଣ୍ଡରେ ୫ ଏବଂ ବ୍ରହ୍ମପୁର ବନଖଣ୍ଡରେ ୨ଟି ବୟସ୍କ ଦନ୍ତା ରହିଥିଲେ ।
ଏହି ୫ ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୧୭ଟି ହାତୀଙ୍କ ମୃତ୍ୟ ହୋଇଥିବା ବେଳେ ଏଥିମଧ୍ୟରୁ ୧୦ ଟି ହେଉଛନ୍ତି ବୟସ୍କ ଦନ୍ତା। ଘୁମୁସର ଉତ୍ତର ବନଖଣ୍ଡରେ ୬ଟି ,ଘୁମୁସର ଦକ୍ଷିଣ ବନଖଣ୍ଡରେ ୩ଟି ଦନ୍ତାର ମୃତ୍ୟ ହୋଇଛି । ତେଣୁ ଯଦି ଦେଖାଯାଏ ଗଞ୍ଜାମ ଜିଲ୍ଲାରେ ପ୍ରାୟ ହାତୀବଂଶ ବିଲୁପ୍ତ ହେବାକୁ ବସିଲାଣି । ଏନେଇ ଡବ୍ଲ୍ୟୁଏସଓ ସମ୍ପାଦକ କହିଛନ୍ତି,ଗଞ୍ଜାମରେ ସଵୁ ବୟସ୍କ ଦନ୍ତା ହାତୀଙ୍କ ମୃତ୍ୟୁ ହୋଇଯାଉଥିବାରୁ ଏଠାରେ ହାତୀବଂଶ ଲୋପ ପାଇବାକୁ ବସିଲାଣି ।