ପ୍ରଧାନମନ୍ତ୍ରୀଙ୍କ ସୋନାର ବାଙ୍ଗଲା ମିଶନ ଆରମ୍ଭ
କଳାହାଣ୍ଡି : କଳାହାଣ୍ଡି କର୍ଲାପାଟରେ ହାତୀ ମୃତ୍ୟୁ ଘଟଣା । ସ୍ଥିତି ଅନୁଧ୍ୟାନ ପାଇଁ ଆଜି କର୍ଲାପାଟ ଅଭୟାରଣ୍ୟ ଯିବ କେନ୍ଦ୍ରୀୟ ପ୍ରତିନିଧି ଦଳ । ଗଜରାଜ ମୃତ୍ୟୁର କାରଣ ଖୋଜିବେ । କର୍ଲାପାଟରେ ଏବେ ସୁଦ୍ଧା 6ଟି ହାତୀର ମୃତ୍ୟୁ ହୋଇଥିବା ବେଳେ ହାତୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ।
ପ୍ରାଥମିକ ତଦନ୍ତରୁ ପ୍ରାଣୀ ବିଶେଷଜ୍ଞ ହାତୀ ମୃତ୍ୟୁର କାରଣ ସାହାଣ ଭୁତାଣୁ ଜାଣିବାକୁ ପାଇଥିଲା । ଆଗାମୀ ଦିନରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ଆଶଙ୍କା କରାଯାଉଛି । ଭୁତାଣୁ ସଂକ୍ରମଣ ରୋକିବାକୁ ସ୍ଥାନୀୟ ଅଞ୍ଚଳର ଗୃହପାଳିତ ପଶୁକୁ ଟିକାକରଣ, ହାତୀ ପିଉ ଥିବା ନାଳ ପାଣିକୁ ବିଶୋଧନ ତଥା ହାତୀଙ୍କ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ଖାଦ୍ୟ ବ୍ୟବସ୍ଥାକୁ ସୁଦୃଢ ପାଇଁ ବର୍ତ୍ତମାନ ବିଶେଷଜ୍ଞ ଟିମ ବନ ବିଭାଗ ପରାମର୍ଶ ଦେଇଛନ୍ତି ।