ସୂଚନାଯୋଗ୍ୟ, କେନ୍ଦୁଝର ବାଂଶପାଣି-ଜୁରୁଡ଼ି ରାସ୍ତାର ବେହେରା ହଟିଂ ଠାରେ ଗତକାଲି ଟ୍ରେନ ଧକ୍କାରେ 3 ହାତୀଙ୍କ ମୃତ୍ୟୁ ହୋଇଥିଲା । ସନ୍ଧ୍ୟା ସାଢ଼େ 6ଟା ରୁ ୭ଟା ମଧ୍ୟରେ ୧୯ ଟିକିଆ ହାତୀ ପଲ ରେଳ ଲାଇନ ପାର ହେଉଥିବା ବେଳେ ଧକ୍କା ଦେଇଥିଲା ମାଲବାହି ଟ୍ରେନ ।
ବାଂଶପାଣୀ - ଜୁରୁଡ଼ି ରେଳ ପଥର 404 ନଂ ପିଲ୍ଲାର ନିକଟରେ ହାତୀପଲକୁ ଧକ୍କା ଦେଇଥିଲା ଟ୍ରେନ୍ । ଦୁର୍ଘଟଣାରେ ମାଆ ହାତୀ ସହ ୨ ଛୁଆ ହାତୀ ଗୁରୁତର ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଗତ ୪ ଦଶନ୍ଧି ଭିତରେ ରାଜ୍ୟରେ ହାତୀ ସଂଖ୍ୟା ବଢ଼ିବା ବଦଳରେ କମିବାରେ ଲାଗିଛି । ସରକାରୀ ତଥ୍ୟ କହୁଛି ୨୦୧୦ ରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ମୋଟ ୮୪୩ ଟି ହାତୀଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ ଆଘାତରେ ୧୩୫, ଟ୍ରେନ ଧକ୍କାରେ ୩୧ଟି ଓ ଦାନ୍ତ ପାଇଁ ଶିକାର ଯୋଗୁଁ ୮୬ ଟି ହାତୀର ମୃତ୍ୟୁ ହୋଇଛି । ଏବେ ପ୍ରଶ୍ନ ଉଠୁଛି, ହାତୀ ସୁରକ୍ଷା ଉତ୍ତରଦାୟିତ୍ୱ କାହାର ? କାହିଁକି ରାଜ୍ୟ ସରକାରଙ୍କ ଏମିତି ଖାମଖିଆଲି ଢଙ୍ଗ ? କେବେ ଚେତିବ ବନ ବିଭାଗ ଏବଂ କେବେ ବନ୍ଦହେବ ଅବହେଳା ଜନିତ ହାତୀ ମୃତ୍ୟୁ ?