ଅଟୋ ଡ୍ରାଇଭରଙ୍କ ମହାନତା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣା । ଘଟଣାରେ ନିଲମ୍ବିତ ହେଲେ କର୍ଲାପାଟ ଏଲ.ଆଇ ଗଣେଷ ପୂଜାରୀ । ଗଣେଷ ପୂଜାରୀଙ୍କୁ ନିଲମ୍ୱନ କଲା ପଶୁ ସମ୍ପଦ ବିଭାଗ । କାର୍ଯ୍ୟରେ ଅବହେଳା କରିଥିବା କାରଣରୁ ତାଙ୍କୁ ନିଲମ୍ୱନ କରାଯାଇଛି । ଅଭୟାରଣ୍ୟରେ 7ଟି ହାତୀଙ୍କର ମୃତ୍ୟୁ ଘଟିଥିଲା ।
ସୂଚନା ଅନୁସାରେ, ଗତ 20 ଦିନରେ ସାତଟି ହାତୀଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ସାଜିଛି ସାହାଣ ଭାଇରସ । 17 ଟିକିଆ ହାତୀପଲରୁ ବଞ୍ଚିଛନ୍ତି ମାତ୍ର 10 ଜଣ । ବାକିଙ୍କ ଉପରେ କଡ଼ା ନଜର ରଖିଛି ବନବିଭାଗ ଓ ଫରେନସିକ ଟିମ। ତିନିଦିନିଆ ସମୀକ୍ଷା ପରେ ଗତକାଲି ଫେରିଛି କେନ୍ଦ୍ରୀୟ ଟିମ ।