ନବଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ ପାଇଁ ସରବାହାଲ ବାସଭବନରେ ଶୋକାକୂଳ ପରିବେଶ
ଛେଣ୍ତିପଦା ଜଙ୍ଗଲରେ ହାତୀର ମୃତ୍ୟୁ

ଅନୁଗୁଳ: ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ଛେଣ୍ତିପଦା ଜଙ୍ଗଲରେ ମାଖ୍ନା ହାତୀ ମୃତ୍ୟୁ ହୋଇଛି । ମୃତ୍ୟୁ ର କାରଣ ଅଷ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ହାତୀଟିକୁ ଠାବ କରିଛି। ଫଳରେ ହାତୀ ମୃତ୍ୟୁ କିପରି ହୋଇଛି ତାହା ମୁଣ୍ଡ ବିନ୍ଧା ପାଲଟିଛି। ହାତୀଟିର ବୟସ ୨୦ରୁ ୨୫ବର୍ଷ ହେବ ବୋଲି ଜଣାପଡିଛି। ଅନ୍ୟ ପକ୍ଷରେ ଏହି ହାତୀ ଟି ଛେଣ୍ତିପଦା ଓ ଜରପଡା ବନାଞ୍ଚଳରେ ୨ମାସ ହେବ ଘୁରିବୁଲୁଥିବା ବେଳେ ଅନେକ ଘର ମଧ୍ୟ ଭାଙ୍ଗିଛି । ୨ଦିନ ତଳେ ଭାଗଲକଟା ଗ୍ରାମ ନିଳକଣ୍ଠ ନାଏକ ଙ୍କ ଘର ଭାଙ୍ଗିଥିବା ସୂଚନା ରହିଛି। ଘଟଣା ସ୍ଥଳରେ ଅନୁଗୋଳ ବନଖଣ୍ଡ ଅଧିକାରୀ କାର୍ତ୍ତିକ ଭି ପହଞ୍ଚି ତଦନ୍ତ ଚଳାଇଛନ୍ତି।
Download Argus News App
