ନରସିଂହପୁରରେ ଓ ବଡମ୍ବାରେ ବ୍ୟାପକ ଜଙ୍ଗଲ ଜଳିଯିବା ପରେ ବନ୍ୟଜନ୍ତୁ ମାନେ ଏବେ ଗାଁ ମୁହାଁ ହୋଇଛନ୍ତି। ଗୋଟିଏ ଗୋଠ ଛଡ଼ା ଦନ୍ତା ହାତୀ ନରସିଂହପୁର ଉଭୟ ବଡମ୍ବା ନରସିଂହପୁର ଜଙ୍ଗଲର ପୂର୍ବ ଓ ପଶ୍ଚିମ ବନ ବିଭାଗ ଅଞ୍ଚଳର ଚାରୋଟି ଗ୍ରାମରେ ପଶି ବିଭିନ୍ନ ଲୋକଙ୍କ ଫାଟକ ଭାଙ୍ଗି ଧାନ, ଚାଉଳ ଖାଇବା ସହ ଗାଁରେ ପଶି ଆତଙ୍କ ସୃଷ୍ଟି କରିଛି। ଅନ୍ୟପଟେ ବନ ବିଭାଗ ହାତୀ ଘଉଡ଼ାଇବାରେ ବି ସଫଳ ହେଉ ନାହାନ୍ତି। ଏପରିକି ହାତୀଟି ବଡ଼ମ୍ବା ଟାଉନ୍, ବଡ଼ଗମିଲ, ନରସିଂହପୁର ପୂର୍ବ ବନ ବିଭାଗ ଅଧୀନରେ ଥିବା ମହୁରାଖିଆ ହରିଜନ ସାହି, ନନ୍ଦକିଶୋରପୁର, ପଶ୍ଚିମ ବନବିଭାଗ ଅଧୀନରେ ଥିବା ଜନ୍ତାରିଆ, ବଡଭୂଇଁ, ହାତିବାରି, ଘଣ୍ଟପଡା ଗ୍ରାମରେ ଆତଙ୍କ ସୃଷ୍ଟି କରିଥିଲା ଦନ୍ତା। ଗାଁରେ ପଶି ଧାନ ଚାଉଳ ନଷ୍ଟ କରିବା ସହ ଆଖୁ ଫସଲ ମଧ୍ୟ ନଷ୍ଟ କରିଛି ହାତୀ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ