ଭୁବନେଶ୍ବରରେ ଏକ କଲୋନୀରେ କାର ଦୁର୍ଘଟଣା
କେନ୍ଦୁଝର : ଘର ଅଗଣାରେ ମହିଳାଙ୍କୁ କଚାଡି ମାରିଲା ଦନ୍ତା । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅନ୍ତର୍ଗତ ଜଗମୋହନପୁର ଗାଁରେ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତା ମହିଳା ଜଣକ ହେଲେ ଜାନକୀ ପ୍ରଧାନ। ଗତରାତିରେ ଜାନକୀ ଏକ ଘରେ ଶୋଇଥିବା ବେଳେ ପାଖ ଘରେ ତାଙ୍କ ପିଲାମାନେ ଶୋଇଥିଲେ।
ବିଳମ୍ବିତ ରାତିରେ ଗାଁ ଲୋକଙ୍କ ପାଟି ଶୁଣିବାରୁ ସେ ନିଜ ଘର ଅଗଣାକୁ ଚାଲି ଆସିଥିଲେ। ଉକ୍ତ ସମୟରେ ତାଙ୍କ ଅଗଣାରେ ଦନ୍ତା ହାତୀଟି ଛିଡ଼ା ହୋଇଥିବା ବେଳେ ସେ ତାଙ୍କୁ କଚାଡ଼ି ଦେଇଥିଲା । ଏହାକୁ ନେଇ ଜଗମୋହନ ପୁର ଗାଁରେ ତୀବ୍ର ଉତ୍ତେଜନା ଦେଖାଦେଇଥିବା ବେଳେ ଖବର ପାଇ ବନ ବିଭାଗ ଓ ପୋଲିସ ଟିମ ପହଞ୍ଚିଛନ୍ତି।