ବିଳମ୍ବିତ ରାତିରେ ହାତୀ ପଲ ନିରାକାରପୁର ଡିଆ ମୌଜା ଚାଷ ଜମିରେ ଧାନ କଳେଇ ଖାଇ ଦଳିଚକଟି ନଷ୍ଟ କରିଛନ୍ତି। ହାତୀ ପଲଙ୍କ ଉପଦ୍ରବରେ ଚାଷୀ ହତାଶ ହୋଇଛନ୍ତି। ହାତୀ ଶହ ଶହ ଧାନ କଳେଇ ଖାଇଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ । ହାତୀ ଘଉଡେଇବାରେ ଜଂଗଲ ବିଭାଗ ସଂପୂର୍ଣ୍ଣ ବିଫଳ। ହୋଇଛି ।
ଖୋର୍ଦ୍ଧା : ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜଂରେ ହାତୀ ଆତଙ୍କ । ଦୀର୍ଘ ଦୁଇମାସରୁ ଉର୍ଦ୍ଧ୍ବ ହେବ ଜଂଗଲି ହାତୀ ଉପଦ୍ରବ କରି ଚାଲିଛନ୍ତି। ହାତୀ ଦିନରେ ଜଂଗଲରେ ରହୁଥିବା ବେଳେ ସଂନ୍ଧ୍ୟା ହୋଇଗଲେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇ ଲୋକମାନଙ୍କର ଧାନ ଫସଲ ନଷ୍ଟ କରୁଛନ୍ତି।
ବିଳମ୍ବିତ ରାତିରେ ହାତୀ ପଲ ନିରାକାରପୁର ଡିଆ ମୌଜା ଚାଷ ଜମିରେ ଧାନ କଳେଇ ଖାଇ ଦଳିଚକଟି ନଷ୍ଟ କରିଛନ୍ତି। ହାତୀ ପଲଙ୍କ ଉପଦ୍ରବରେ ଚାଷୀ ହତାଶ ହୋଇଛନ୍ତି। ହାତୀ ଶହ ଶହ ଧାନ କଳେଇ ଖାଇଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ । ହାତୀ ଘଉଡେଇବାରେ ଜଂଗଲ ବିଭାଗ ସଂପୂର୍ଣ୍ଣ ବିଫଳ। ହୋଇଛି ।
ଅର୍ଗସ ବ୍ୟୁରୋ: ଜଣେ ବ୍ୟକ୍ତିଙ୍କ ଘରୁ ବିଶାଳ ଅହିରାଜ ସାପ ଉଦ୍ଧାର ହୋଇଛି । ୧୨ ଫୁଟର ଅହିରାଜ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ଲାଇଫ୍ ଲାଇନର ସଦସ୍ୟ । ଉଦଳା ବନାଞ୍ଚଳ ଅଧିନ ବଡଖମଣ ଗ୍ରାମର ହମବିର ମୁର୍ମୁଙ୍କ ଘର ଭିତରେ ଏକ ଅହିରାଜ ସାପ ପଶିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଅହିରାଜ ସାପଟି ଘର ଭିତରେ ଚାଳ ନିକଟରେ ଏକ ସ୍ଥାନରେ ଲୁଚି ରହିଥିବା ପରିବାର ଲୋକେ ଦେଖିବା ପରେ ଏ ନେଇ ସ୍ନେକ ଲାଇଫ୍ ଲାଇନର ସଦସ୍ୟଙ୍କୁ ଖବର ଦେଇଥିଲେ ।
ଖବର ପାଇ ସ୍ନେକ ଲାଇଫ୍ ଲାଇନର ସଦସ୍ୟ ଅଭିଜିତ୍ ବେହେରା, ଅଭିଜିତ୍ ବିଶ୍ୱାଳ, ରନିତ୍ ବିଶ୍ୱାଳ, ଅଭିନନ୍ଦନ ଦଣ୍ଡପାଟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଘର ଭିତରୁ ଉଦ୍ଧାର କରିଥିଲେ । ସାପଟି ଘର ଉପରେ ପଡିଥିବା ଏକ ପଟା ନିକଟରେ ରହିଥିବା ବେଳେ ତାକୁ ସେଠାରୁ ବାହାର କରି ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ । ଉଦ୍ଧାର ସାପଟି ଅହିରାଜ ସାପ ହୋଇଥିବା ବେଳେ ତାହାର ଲମ୍ବ ୧୨ ଫୁଟ୍ ହେବ ବୋଲି ଜଣାଯାଇଛି । ଉଦ୍ଧାର ସାପଟିକୁ ଅକ୍ଷତ ଅବସ୍ଥାରେ ଶିମିଳିପାଳ ଜଙ୍ଗଲରେ ଛାଡି ଦିଆଯାଇଛି । ଅନ୍ୟପଟେ ଉକ୍ତ ଅହିରାଜ ସାପଟି ୬ ଫୁଟ ଲମ୍ବର ବିଷାକ୍ତ ନାଗସାପକୁ ଗିଳିଥିବା ଦେଖିବାକୁ ମିଳିଛି । ଅହିରାଜଟି ନାଗସାପଟିକୁ ଧୀରେ ଧୀରେ କରି ପୁରା ଗିଳି ଦେଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ଛେଣ୍ଡିପଦାବାସୀ । ସୂଚନା ଯେ, ଓଡିଶାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁଗୋଳରୁ ଦେବଗଡ଼ ରାସ୍ତାରେ ଯାଉଥିବା ବେଳେ ଛେଣ୍ଡିପଦା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ଓ ଗ୍ରାମବାସୀ ପକ୍ଷରୁ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ନିଜେ କେନ୍ଦ୍ରମନ୍ତ୍ରୀ ମଧ୍ୟ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି।
ଆଗମୀ ଦିନରେ ଥିବା ବିଦ୍ୟାଳୟର ୭୫ ବର୍ଷ ପୁର୍ତ୍ତି ଅବସରେ ହେବାକୁ ଥିବା ପ୍ଲାଟିନମ ଜୁବଲି ବିଷୟରେ ମଧ୍ୟ ଅବଗତ କରାଇଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଦେବଗଡ଼ ଜିଲ୍ଲା ଅନେକ କାର୍ଯ୍ୟକ୍ରମରେ ବାହାରି ଯାଇଛନ୍ତି।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଥିବା ଗୁରାପଲୀ ଟୋଲ ଗେଟ ନିକଟରେ ଗୋଟିଏ ପାର୍ଶ୍ଵରୁ ଅନ୍ୟ ପାର୍ଶକୁ ରାସ୍ତା ପାର ହେଉଥିବା ଏକ ବାଇକ ଚାଳକଙ୍କୁ କୌଣସି ଅଜଣା ଗାଡି ଧକ୍କା ଦେଇ ଚାଲିଯିବା ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ଯୁବକ ଜଣକ ହେଲେ ମାଣିକ୍ୟପୁର ଗ୍ରାମର ଜଗବନ୍ଧୁ ଗୌଡଙ୍କ ପୁଅ ମୁନା ଗୌଡ। ସେ ନିଜ ଗ୍ରାମକୁ ଫେରୁଥିବା ବେଳେ ଘଟିଥିଲା ଅଘଟଣ। ସେ ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ବେଳେ ସ୍ଥାନୀୟ ଲୋକମାନେ ୧୧୨କୁ ଫୋନ କରିଥିଲେ। ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର