ଶିକାର ପଛର ଗୁମର ସଂପର୍କରେ ବନବିଭାଗ ତଦନ୍ତ କରୁ ନ ଥିବାରୁ ଏଥିରେ ବନବିଭାଗର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଆଠଗଡ଼ ଏସିଏଫ୍ଙ୍କ ସୂଚନା ଅନୁସାରେ ହାତୀର ହାଡ ସବୁ ଜବତ ହୋଇଛି ଓ ଏହା ତଦନ୍ତ ପାଇଁ ପଠାଯାଇଛି।
ମୃତହାତୀର ଦାନ୍ତ ଓ ପଞ୍ଜରା ହାଡ଼ ନ ଥିବାବେଳେ ମୃତ୍ୟୁ ରହସ୍ୟ ଲୁଚାଇବାକୁ ମୃତଦେହ ପୋତିଦେଇଛନ୍ତି ବନ କର୍ମଚାରୀ । ତେବେ ଶିକାର ପରେ ମୃତହାତୀର ଦାନ୍ତ ଓ ପଞ୍ଜରା ହାଡ଼ ଶିକାରୀ ନେଇ ଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପ୍ରାଣୀ ଚିକିତ୍ସିକଙ୍କ ଦ୍ୱାରା ବ୍ୟବଚ୍ଛେଦ କରାଯାଇଛି । ହାତୀର ଦାନ୍ତ ଓ ପଞ୍ଜରା ହାଡ଼ କଥା ପଚାରିବାରୁ କଥା ବୁଲାଉଛନ୍ତି ରେଞ୍ଜର ବିଭୁ ରଂଜନ ରାୟ । ମୃତ୍ୟୁ ପରେ ଦାନ୍ତ ସଢ଼ି ଯାଇଥିବା କହିଛନ୍ତି ବନ କର୍ମଚାରୀ । ଯାହା ଏବେ ବନ ବିଭାଗର କାର୍ଯ୍ୟ ଦକ୍ଷତାକୁ ସନ୍ଦେହ ଘେରକୁ ଆଣିଛି।
ଅନ୍ୟପଟେ ଗତମାସ ଫେବ୍ରୁଆରୀ ୮ ତାରିଖରେ ଏହି ନରସିଂହପୁର ରେଞ୍ଜର ପଶ୍ଚିମାଞ୍ଚଳ ରେଞ୍ଜରେ ଏସ୍ଟିଏଫର ସ୍ୱତନ୍ତ୍ର ବିଭାଗ ଚଢାଉ କରି ମାଟିତଳୁ ହାତୀ କଙ୍କାଳ ଜବତ୍ କରିଥିଲା।
ଅର୍ଗସର ପ୍ରଭାବରେ ଏହି ଘଟଣାରେ ବନ କର୍ମଚାରୀ ନିଲମ୍ବିତ ହୋଇଥିବା ଘଟଣା ମନରୁ ନଲିଭୁଣୁ ବାରମ୍ବାର ନରସିଂହପୁରରେ ଥିବା ଦୁଇଟି ହାତୀର ଗଳିତ ହାଡ଼ ମାଟିତଳୁ ଉଦ୍ଧାର ହେବା ଘଟଣା ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ସ୍ପଷ୍ଟ ହୋଇଛି।