ଫାର୍ମ ଭିତରେ ଥିବା ପାମୋଲିନ ଗଛ , ନଡ଼ିଆ ଗଛ , କାଜୁ, ଆମ୍ବ, ଲେମ୍ବୁ, ଆକାଶୀ ଗଛ ସହିତ ଘର ଓ ପାଣି ପମ୍ପ ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ଏହି ଅଞ୍ଚଳରେ ହାତୀ ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଛି। ହାତୀପଲ ଘଉଡାଇବା ପାଇଁ ବନ ବିଭାଗ ତରଫରୁ ଟିମ ଗଠନ କରାଯାଇ ହାତୀଙ୍କ ଉପରେ ନଜର ରଖାଯାଇଛି। କ୍ଷୟକ୍ଷତି ଆକଳନ ପରେ ବନବିଭାଗ ତରଫରୁ କ୍ଷତିପୁରଣ ଦିଆଯିବ ବୋଲି ରାସଗୋବିନ୍ଦପୁର ରେଞ୍ଜର ପ୍ରଶାନ୍ତ ବେହେରା କହିଛନ୍ତି।
ମୟୂରଭଞ୍ଜର ରାସଗୋବିନ୍ଦପୁର ବ୍ଲକରେ ଝାଡ଼ଖଣ୍ଡୀ ହାତୀ ଆତଙ୍କ
Download Argus News App
