ଖୋର୍ଦ୍ଧା: ପୁଣି ହାତୀ ଆତଙ୍କ । ହାତୀଙ୍କ ଉପଦ୍ରବରେ ଲୋକେ ଅତିଷ୍ଠ । ବ୍ୟାପକ ଫସଲ ନଷ୍ଟ କରିବା ସହ ଜନବସତି ଅଞ୍ଚଳରେ ଆତଙ୍କ ଖେଳାଉଛି ଜଙ୍ଗଲୀ ହାତୀ । ହାତୀ ଜଙ୍ଗଲରୁ ଜନବସତି ଅଞ୍ଚଳକୁ ଆସି ଚାଷ ଜମି ନଷ୍ଟ କରୁଛନ୍ତି । ଟାଙ୍ଗିର ନୁଆପଡା ପଞ୍ଚାୟତର ବୃନ୍ଦାବନପୁରରେ ହାତୀପଲ ମଧ୍ୟରୁ ଗୋଟିଏ ଅମାନିଆ ହାତୀ ବୁଲୁଛି । କେତେବେଳେ ଜଙ୍ଗଲକୁ ପଳାଉଛି ତ କେତେବେଳେ ଚାଷଜମିରେ ପସି ଫସଲ ନଷ୍ଟ କରୁଛି । ଭୟଭିତ ଅବସ୍ଥାରେ ପଞ୍ଚାୟତର ହଜାର ହଜାର ଗ୍ରାମବାସୀ ।
ଖାଲି ସେତିକି ନୁହେଁ ହାତୀଙ୍କ ଆତଙ୍କ ମୟୁରଭଞ୍ଜର କରଞ୍ଜିଆ, ମୋରାଡା ଠାରୁ ଆରମ୍ଭ କରି ଝାରସୁଗଡାରେ ମଧ୍ୟ ଆତଙ୍କ ଖେଳାଉଛନ୍ତି । କେତେବେଳେ ଝାରଖଣ୍ଡି ହାତୀଙ୍କ ଆତଙ୍କ ତ ଆଉ କେତେବେଳେ ଜଙ୍ଗଲୀ ହାତୀଙ୍କ ଉପଦ୍ରବରେ ଅତିଷ୍ଠ ହେଉଛନ୍ତି ଗ୍ରାମବାସୀ । ଏନେଇ ଜଙ୍ଗଲ ବିଭାଗ ନିଘା ନାହିଁ କି ହାତୀକୁ ଘଉଡାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁଛନ୍ତି । ଯାହା ଫଳରେ ରାତି ହେଲେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।
