ମୟୁରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଉଦଳା ରେଞ୍ଜ ଅଧିନ ଦାମାସାହି ଗ୍ରାମରେ ଗତକାଲି ୬ ଟିକିଆ ହାତୀପଲ ପଶିଥିଲେ । ସେଠାରେ ହାତୀପଲ ଉତ୍ପାତ କରିବା ସହିତ ହାତୀ ପାଦ ତଳୁ ଜଣେ ଯୁବକ ଅଳ୍ପକେ ବର୍ତ୍ତିଥିଲା । ଏହା ପରେ ସନ୍ଧ୍ୟା ସମୟରେ ହାତୀଙ୍କୁ କୁଲଡିହାକୁ ଘଉଡାଇଥିଲା ବନବିଭାଗ । ହେଲେ ବିଳମ୍ବିତ ରାତିରେ ପୁଣି ଉଦଳା ରେଞ୍ଜକୁ ବାହୁଡିଛନ୍ତି ଏହି ୬ ଟିକିଆ ହାତୀପଲ ।
ହାତୀପଲ ଏବେ ଉଦଳା ବ୍ଲକ ଅଧିନ କଇଁଫୁଲିଆ ବାଘୁଆହୁଡିରେ ରହିଛନ୍ତି । ହାତୀପଲ ନରହରିପୁର ଗ୍ରାମ ଦେଇ ପଶିବା ସମୟରେ ପାଣି ଆଣିବାକୁ ଯାଉଥିବା ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ବୃଦ୍ଧାଙ୍କ ଦୁଇ ଗୋଡ ଭାଙ୍ଗି ଯାଇଛି । ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି ।
ଅର୍ଗସ ବ୍ୟୁରୋ: ‘ଦ କାଶ୍ମୀର ଫାଇଲ୍ସ’ର ସଫଳତା ପରେ ବହୁ ଚର୍ଚ୍ଚିତ ଫିଲ୍ମ ଡାଇରେକ୍ଟର ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ସିନେମା ‘ଦ ଭାକ୍ସିନ ୱାର’ ଥିଏଟରରେ ଗତମାସ ୨୮ ତାରିଖରେ ରିଲିଜ ହୋଇଛି। ଫିଲ୍ମର ପ୍ରଡ୍ୟୁସର ହେଉଛନ୍ତି ପଲ୍ଲବୀ ଯୋଶୀ। ତେବେ ଫିଲ୍ମର ଲିଡ ରୋଲରେ ପଲ୍ଲବୀ ଅଛନ୍ତି। ଏଥିରେ ନାନା ପାଟେକର, ଅନୁପମ ଖେର, ପଲ୍ଲବୀ ଯୋଶୀ, ରାଇମା ସେନ, ଗିରିଜା ଓକ୍, ନିବେଦିତା ଭଟ୍ଟାଚାର୍ଯ୍ୟ ଏବଂ ସପ୍ତମୀ ଗୌଡ଼ା ଆଦି ଅଭିନେତା ଓ ଅଭିନେତ୍ରୀମାନେ ପ୍ରମୁଖ ଭୂମିକାରେ ଅଛନ୍ତି। କରୋନାରେ ଚାରିଆଡେ ମୃତ୍ୟୁର ବିଭୀଷିକା ଖେଳିଯାଇଥିଲା। ଯୁଆଡେ ଦେଖ ସବୁଠି କାୟା ବିସ୍ତାର କରି ଚାଲିଥିଲା। ପୁରା ଦେଶ ବନ୍ଦ ହୋଇଯାଇଥିଲା।
ଅର୍ଥନୀତି ଉପରେ ବି କରୋନା ପ୍ରଭାବ ପକାଇଥିଲା। ସେତେବେଳେ କରୋନା ଟୀକା ତିଆରି କରି ଭାରତ କିପରି ଏହି ଯୁଦ୍ଧରେ ବିଜୟ ଲାଭ କରିଥିଲା। ତାହାହିଁ ହେଉଛି ଏହି ଫିଲ୍ମର କାହାଣୀ। ଆଉ ପୁରା ଦେଶକୁ ରକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ମୋଦି ବିଶେଷ ପଦକ୍ଷେପ ନେଇଥିଲେ। ଆଉ କୋଭିଡ ଟିକା ତୁରନ୍ତ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତିନିଜଣ ବୈଜ୍ଞାନିକଙ୍କ ସଫଳତା ଯୋଗୁ କରୋନା ଭାକ୍ସିନ ଜନ୍ମ ନେଇଥିଲା। ଆଉ ଏହି ତିନି ବେୈଜ୍ଞାନିକଙ୍କ କାହାଣୀ ମାଧ୍ୟମରେ ଏହା ଦେଖେଇବାକୁ ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ।
ଦ ଭାକ୍ସିନ ୱାର୍ ଦେଶର ପ୍ରଥମ ବାୟୋ ସାଇନ୍ସ ମୁଭି ବୋଲି କୁହାଯାଉଛି। ତେବେ ସିନେମାକୁ ଆରମ୍ଭରୁ ମିଶ୍ର ପ୍ରତିକ୍ରିୟା ମିଳିଛି। ବକ୍ସ ଅଫିସରେ ସେତେଟା କଲେକ୍ସନ କରି ନ ଥିବାବେଳେ ଏହି ଫିଲ୍ମ ତା'ର ସଂଘର୍ଷ ବଜାୟ ରଖିଛି। ଗତ ୨୮ ତାରିଖରେ ରିଲିଜ୍ ହୋଇଥିବା ଉକ୍ତ ମୁଭି ଫୁକରେ ୩ ସହିତ ଏକ ସାଙ୍ଗରେ ରିଲିଜ ହୋଇଛି। ତେବେ ୩ ଦିନରେ ଏହି ସିନେମା ବକ୍ସ ଅଫିସରେ ପ୍ରାୟ ୩.୨୫ କୋଟି ଟଙ୍କା ଉପାର୍ଜନ କରିଛି। ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ଏହି ଫିଲ୍ମ ପରଦାକୁ ଆସିଛି। ଭାରତରେ କୋଭାକ୍ସିନ ଟିକାର କାହାଣୀ ଏଥିରେ କୁହାଯାଇଛି। ଏଥିସହିତ ଭାରତର ପ୍ରଥମ କୋଭିଡ-୧୯ ଟିକା ବିକାଶରେ ଭାରତୀୟ ବୈଜ୍ଞାନିକଙ୍କ ସମୁଦାୟର ତ୍ୟାଗ ଏବଂ ସଫଳତାକୁ ଦର୍ଶାଯାଇଛି।
ଏହି ଫିଲ୍ମକୁ ଯିଏ ଦେଖିବ ସିଏ ଇମୋସନାଲ ହୋଇଯିବ। ଆଉ ଗର୍ବରେ ତୁମ ଛାତି ଫୁଲି ଉଠିବ ଏବଂ ଶେଷରେ ତୁମେ ନିଶ୍ଚିତ ଅନୁଭବ କରିବ ଯେ ଅନ୍ଧକାର ବିଦାୟ ନେଇ ନୂତନ ସୂର୍ଯ୍ୟ ତୁମକୁ ସ୍ବାଗତ କରୁଛି। ବଡ଼ ବଜେଟରେ ଫିଲ୍ମ ହୋଇ ନ ଥିଲେ ବି ଫିଲ୍ମର ଷ୍ଟୋରୀଲାଇନ ଦମଦାର ରହିଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ : ଗୋଷ୍ଠୀ ସଂଘର୍ଷରୁ ନିର୍ମମ ହତ୍ୟାକାଣ୍ଡ । ଜମି ବିବାଦକୁ ନେଇ ୬ଜଣଙ୍କୁ ହତ୍ୟା କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଦେଓରିଆ ଜିଲ୍ଲାରେ ଚାଞ୍ଚଲ୍ୟକର ଘଟଣା । ମୃତକଙ୍କ ମଧ୍ୟରେ ଜଣେ ପୂର୍ବତନ ପଞ୍ଚାୟତ ସଦସ୍ୟ ରହିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ଉତ୍ତରପ୍ରଦେଶର ରୁଦ୍ରପୁର କୋତାବାଲୀ ଥାନା ଅନ୍ତର୍ଗତ ଫତେପୁରରେ ଘଟିଛି କାଣ୍ଡ । ଜମି ବିବାଦକୁ ନେଇ ଗାଁରେ ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା ଥିଲା । ହେଲେ ସୋମବାର ସକାଳୁ ଏହା ହତ୍ୟାକାଣ୍ଡର ରୂପ ନେଇଛି । ଉଭୟ ପକ୍ଷରୁ ମାରଣାସ୍ତ୍ରରେ ଆକ୍ରମଣ ସହିତ ପଥର ମାଡ଼ ମଧ୍ୟ ହୋଇଥିଲା ।
ଏହି ସମୟରେ ପଡୋଶୀ ସତ୍ୟପ୍ରକାଶ ଏବଂ ସହଯୋଗୀ ପ୍ରେମଚାନ୍ଦ ଯାଦବଙ୍କୁ ପିଟି ପିଟି ହତ୍ୟା କରିଥିଲେ । ପରେ ପ୍ରେମଚାନ୍ଦଙ୍କ ସମ୍ପର୍କୀୟ ଲୋକ ସତ୍ୟପ୍ରକାଶଙ୍କ ଘରେ ପହଞ୍ଚି ସତ୍ୟପ୍ରକାଶଙ୍କ ସହିତ ସ୍ତ୍ରୀ, ଦୁଇ ଝିଅ, ଏକ ପୁଅକୁ ହତ୍ୟା କରିଥିଲେ । ଏହାଛଡ଼ା ଅନ୍ୟଏକ ପୁଅ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଅର୍ଗସ ବ୍ୟୁରୋ: କଳା ସଂସ୍କୃତି ତଥା ଲୋକନୃତ୍ୟ, ଲୋକବାଦ୍ୟକୁ ନେଇ ପଶ୍ଚିମ ଓଡିଶାବାସୀ ମନରେ ଅନେକ ଉତ୍ସାହ ଭରି ଦେଇଥାଏ ଟିଟିଲାଗଡ଼ ମାଟି । ଭିନ୍ନ ଭିନ୍ନ କଳାକାରଙ୍କ ପାଖରେ ରହିଛି ଅନେକ ପ୍ରତିଭା । କେଉଁ କଳାକାର ନିଜର ପରିବାର ପୋଷଣ ପାଇଁ ଦର୍ଶକଙ୍କ ଆଗରେ କଳା ପ୍ରଦର୍ଶନ କରନ୍ତି ତ’ ଆଉ କିଏ ନିଜର ଖୁସି ପାଇଁ ନିଜର ପ୍ରତିଭା ଲୋକଙ୍କ ଆଗରେ ପ୍ରଦର୍ଶନ କରି ବେଶ୍ ଖୁସି ଅନୁଭବ କରନ୍ତି । ଏଭଳି ଜଣେ କଳାକାରଙ୍କ କଥା ଆମେ କହୁଛୁ ପେଶାରେ ସେ ଜଣେ ରେଲଓ୍ବେ କର୍ମଚାରୀ ଅଥଚ ନିଶା ତାଙ୍କର ନୃତ୍ୟ ପରିବେଷଣ ତଥା ସମାଜସେବା। ସେ ହେଉଛନ୍ତି ଟିଟିଲାଗଡ଼ ସହରର ନୃତ୍ୟଶିଳ୍ପୀ ସୁଚିସ୍ମିତା ଷଡ଼ଙ୍ଗୀ।
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ମାଟିର ଜଣେ ଆଗଧାଡ଼ିର ନୃତ୍ୟଶିଳ୍ପୀ ହେଉଛନ୍ତି ସୁଚିସ୍ମିତା ଷଡ଼ଙ୍ଗୀ(ସୁଇଟି) । ସେ ଟିଟିଲାଗଡ଼ ମାଟିରେ ଜନ୍ମ ଗ୍ରହଣ କରିଥିବା ବେଳେ ନିଜ କଳା ମାଧ୍ୟମରେ ଟିଟିଲାଗଡ଼ ମାଟି ପାଇଁ ଆଣି ଦେଇଛନ୍ତି ଗର୍ବ ଓ ଗୌରବ । ରାଜ୍ୟ ତଥା ରାଜ୍ୟ ବାହାରେ ନୃତ୍ୟ ପରିବେଷଣ କରି ସେ ବେଶ୍ ସୁନାମ ଅର୍ଜନ କରିଥିବା ବେଳେ ତାଙ୍କ କଳାକୁ ନେଇ ଲୋକଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳେ । ସୁଚିସ୍ମିତାଙ୍କ ପିଲା ବେଳୁ ନୃତ୍ୟ ପ୍ରତି ଆକର୍ଷଣ ରହିଥିଲା । ସ୍କୁଲରୁ ଆରମ୍ଭ କରି କଲେଜ ପଢ଼ା ପର୍ଯ୍ୟନ୍ତ ତାଙ୍କର ପ୍ରତିଭାକୁ ଦର୍ଶକଙ୍କ ଆଗରେ ପରିବେଷଣ କରି ଅନେକ ମାନପତ୍ର, ପୁରସ୍କାର ମଧ୍ୟ ସେ ପାଇଛନ୍ତି । ତାଙ୍କ ବାପା ହେଉଛନ୍ତି ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ ଓ ମା' ହେଉଛନ୍ତି ସୁଜାତା ଷଡ଼ଙ୍ଗୀ। ସୁଚିସ୍ମୀତାଙ୍କୁ ନେଇ ତାଙ୍କ ସାଙ୍ଗସାଥୀ ସବୁବେଳେ ଉତ୍ସାହିତ ଥାଆନ୍ତି। ସୁଚିସ୍ମିତା ଗୀତ ଗାଇବା, ଝୋଟି ଆଙ୍କିବା, ନୃତ୍ୟ ପରିବେଷଣ କରିବା ଭଳି ଅନେକ ପ୍ରତିଭାର ଅଧିକାରୀ। ସମାଜସେବାରେ ମଧ୍ୟ ତାଙ୍କର ପ୍ରବଳ ଆଗ୍ରହ ରହିଛି। ପ୍ରତ୍ୟେକ ଦିନ ସକାଳୁ ଉଠି ଗଛ ଗୁଡିକର ଯତ୍ନ ମଧ୍ୟ ନିଅନ୍ତି l ତାଙ୍କ ଜେଜେମା’ଙ୍କ ଠାରୁ ପ୍ରେରଣା ପାଇବା ପରେ ଏତେ ଆଗକୁ ଆସି ପାରିଛନ୍ତି ବୋଲି ସେ କୁହନ୍ତି । ମୋ ଜେଜେମା’ ମୋ ପ୍ରଥମ ଗୁରୁ ବୋଲି ସୁଚିସ୍ମୀତା କହିଛନ୍ତି। ବର୍ତ୍ତମାନ ଛୋଟ ଛୋଟ ପିଲାଙ୍କୁ ନୃତ୍ୟ ଶିଖାଉଛନ୍ତି ସୁଚିସ୍ମିତା । ଟିଟିଲାଗଡ଼ରେ ଏବେ ସେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରେଲୱେ କର୍ମଚାରୀ ଭାବରେ କାର୍ଯ୍ୟ ନିର୍ବାହ କରୁଛନ୍ତି ।
ସୁଚିସ୍ମିତା ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, କଲିକତା, ଆସାମ, ବିହାର, ରାଜସ୍ଥାନ, ଗୁଜୁରାଟ, ହରିୟାଣା ଭଳି ଅନେକ ରାଜ୍ୟରେ ତାଙ୍କ ଲୋକ ନୃତ୍ୟ ପରିବେଷଣ କରି ପୁରସ୍କାର ହାସଲ କରି ଟିଟିଲାଗଡ଼ ମାଟିର ପାଇଁ ଗର୍ବ ଆଣିଛନ୍ତି । ତେବେ ଏଭଳି ଜଣେ ପ୍ରତିଭାଙ୍କୁ ଅଞ୍ଚଳରେ ପାଇଥିବା ଯୋଗୁଁ ଟିଟିଲାଗଡ଼ ମାଟି ଧନ୍ୟ ହୋଇଛି ବୋଲି ଲୋକେ କୁହନ୍ତି । ସୁଚିସ୍ମିତା ସମାଜସେବା କ୍ଷେତ୍ରରେ ବି ରୁଚି ରଖିଥିବା ବେଳେ ଅଙ୍ଗଦାନ ଭଳି ମହାନ୍ କାମ କରିଛନ୍ତି ।
ସୁଚିସ୍ମିତାଙ୍କ ଏଭଳି ଦୃଢ଼ ଇଚ୍ଛା ଶକ୍ତି ଯୋଗୁ ସେ ସବୁକ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ଏନେଇ ଟିଟିଲାଗଡ଼ବାସୀଙ୍କ ପକ୍ଷରୁ ପ୍ରଶଂସାର ସୁଅ ଛୁଟୁଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର