ସହାୟତା ଅପେକ୍ଷାରେ ଅକ୍ଷୟ ...
ଅନୁଗୁଳ: ହାତୀପଲ ଦଳିଦେଲେ ପରିବା ବଗିଚା, ଚିନ୍ତାରେ ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ଡଙ୍ଗାପାଳ ଗ୍ରାମରେ ଅନେକ ଚାଷୀ । ସୂଚନା ଅନୁଯାୟୀ , ଗତକାଲି ବିଳମ୍ବିତ ରାତିରେ ଗ୍ରାମରେ ପଶି ୧୮ଟି ହାତୀ ଏକର ଏକର ଜମିରେ ଥିବା ପରିବା ଫସଲ ଦଳିଚକଟି ନଷ୍ଟ କରି ଦେଇଛନ୍ତି।
କାକୁଡି, ଆଳୁ, ରସୁଣ, ଶୋରିଷ, କୋବି, ହରଡ଼ ଆଦି ଫସଲ ନଷ୍ଟ କରିଥିବା ବେଳେ ଗ୍ରାମର ପ୍ରାୟ ୧୦ ଜଣ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ବନବିଭାଗ କର୍ମଚାରୀ ମାନେ ଘଉଡାଇବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ହାତୀପଲ ଘଉଡାଇବା ରେ ବିଫଳ ହୋଇଥିବା ବେଳେ ଦିର୍ଘ ଘଣ୍ଟା ପରେ ନିକଟସ୍ଥ ଜଙ୍ଗଲ କୁ ପଳେଇ ଯାଇଥିବା ଚାଷୀମାନେ କହିଛନ୍ତି ।