ଗାଁରେ ପସି ଫସଲ ନଷ୍ଟ କଲେ ହାତୀପଲ

ଅନୁଗୁଳ : ଗାଁରେ ପସି ଫସଲ ନଷ୍ଟ କଲେ ହାତୀପଲ । ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳ ବଜ୍ରକୋଟ୍ ଗ୍ରାମରେ କିଛି ଦିନ ହେବ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ଆଜିକୁ ପ୍ରାୟ ୨ ମାସ ହେବ ବଜ୍ରକୋଟ୍ ଅଞ୍ଚଳରେ ୧୪ ଟି ହାତୀ ପଶି ଧାନ ଫସଲ ଖାଇବା ସହିତ ନଷ୍ଟ କରିଛନ୍ତି । ଗ୍ରାମର ୨୦ ଜଣରୁ ଉର୍ଦ୍ଧ୍ବ ଚାଷୀଙ୍କ ଧାନ ବିଲରେ ହାତୀପଲ ପ୍ରବେଶ କରି ଫସଲ ଖାଇବା ସହ ବ୍ୟାପକ ମାତ୍ରାରେ ଧାନ ଫସଲ ଦଳି ନଷ୍ଟ କରିଛନ୍ତି । କ୍ଷତିଗ୍ରସ୍ତ ଚାଷୀମାନେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ଏହା ସହିତ ହାତୀମାନେ ଚାଷଜମି ତଥା ଗାଁ ଆଡକୁ ପ୍ରବେଶ ନକରିବା ପାଇଁ ଜଙ୍ଗଲ ବିଭାଗ ତରଫରୁ ପଦକ୍ଷେପ ନେଉ ନଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଏବେ କଣିହାଁ ବନାଞ୍ଚଳରେ ୩୬ଟି ହାତୀ ଘୁରିବୁଲୁଥିବା ବନବିଭାଗ ପକ୍ଷରୁ ଜଣାପଡିଛି।
Download Argus News App
