ଆଜକୁ ପ୍ରାୟ 7ରୁ 8ଦିନ ହେବ ଏହି ଅଞ୍ଚଳ ରେ ରହିଥିବା ବେଳେ ଗାଁ ରୁ ଧାନ ଓ ପାଣି ପିଇବାକୁ ଆସୁଥିବା ଜଣାପଡିଛି। ବର୍ତ୍ତମାନ ସମୟ ରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ଓ ହାତୀ ପଲ କୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ହାତୀ ଟ୍ରାକିଂ ସ୍କ୍ୱାର୍ଡ ଗଠନ କରି ହାତୀ ପଲ ର ଗତିପଥ ପରିବର୍ତ୍ତନ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ବୋଲି ସୂଚନା ଦେଇଛନ୍ତି ବେଲଘର ରେଞ୍ଜର ଅରୁଣ ସାହୁ।
ବେଲଘର ବନାଞ୍ଚଳରେ ହାତୀ ଆତଙ୍କ

କନ୍ଧମାଳ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ବାନାଞ୍ଚଳ ରେ ହାତୀ ଆତଙ୍କ। 40ରୁ 50 ହାତୀ ଗାଁ ନିକଟ ଜଙ୍ଗଲରେ ଚଳ ପ୍ରଚଳ କରୁଥିବା ବେଳେ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଗ୍ରାମବାସୀ। କନ୍ଧମାଳ- କଳାହାଣ୍ଡି ସୀମାନ୍ତବର୍ତୀ ଅଞ୍ଚଳ ଝିରିପାଣି, ଭଣ୍ଡରଙ୍ଗି, ଲଙ୍କାଗଡ ଓ ବେଲଘର ଅଞ୍ଚଳ ରେ ଦେଖିବାକୁ ମିଳିଛି ଏଭଳି ହାତୀ ଆତଙ୍କ। ସୂଚନା ପ୍ରକାରେ ବାଲିଗୁଡ଼ା ବନଖଣ୍ଡର ବେଲଘର ବନାଞ୍ଚଳ ର ଝିରିପାଣି ଗାଁ ପାଖାପାଖି 40ରୁ 50ହାତୀ ଆସିଥିବା ଜଣା ପଡ଼ିଛି।
Download Argus News App
