ଅଧିକ ପଢନ୍ତୁ: ଉତ୍ପାତ ମଚାଇଛନ୍ତି ୧୭ ଟିକିଆ ହାତୀପଲ, ଲୋକେ ଭୟଭୀତ
ଓଡିଶା ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ: କଟକ ବାଙ୍କୀ ମୁଖ୍ୟରାସ୍ତା ପାଥପୁରରେ ୩୦ ଟିକିଆ ହାତୀପଲଙ୍କ ଆତଙ୍କ । ଭୋର୍ ସମୟରେ ଧାନ ଓ ପରିବା ଫସଲ ଖାଉଥିବା ବେଳେ ଗ୍ରାମବାସୀ ମାନେ ହାତୀପଲକୁ ଘଉଡ଼ାଇଥିଲେ । ଚନ୍ଦକା ଡମପଡ଼ା ଅଭୟାରଣ୍ୟକୁ ଫେରି ଯାଇଛନ୍ତି ହାତୀପଲ । ଚାଷୀଙ୍କ ହେକ୍ଟର ହେକ୍ଟର ଧାନ ଫସଲ ସାଙ୍ଗକୁ ପନିପରିବା ଫସଲ ଦଳି ଚକଟି ନଷ୍ଟ କରିଥିବାର ଚାଷୀ ଆଣିଥିଲେ ଅଭିଯୋଗ । ଶୀଘ୍ର ହାତୀପଲଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରାଯିବା ଆବଶ୍ୟକ। ନଚେତ ହାତୀପଲ ସବୁକିଛି ନଷ୍ଟ କରିଦେବେ।
ଅଧିକ ପଢନ୍ତୁ: ଉତ୍ପାତ ମଚାଇଛନ୍ତି ୧୭ ଟିକିଆ ହାତୀପଲ, ଲୋକେ ଭୟଭୀତ
ଓଡିଶା ଖବର ଆହୁରି ପଢନ୍ତୁ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି ହତ୍ୟା ମାମଲାରେ 6 ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଚିହ୍ନଟ କରିଛି । ସେମାନେ ହେଲେ- ଧର୍ମରାଜ, ଶିବ କୁମାର, ଗୁରମେଲ୍, ଜିଶାନ ଅଖତର୍, ଶୁଭମ୍ ଲୋନକର୍ ଓ ପ୍ରବୀଣ ଲୋନକର୍ । ଏମାନଙ୍କ ମଧ୍ୟରୁ ଧର୍ମରାଜ, ଗୁରମେଲ୍ ଓ ପ୍ରବୀଣ ଲୋନକରଙ୍କୁ ପୋଲିସ୍ ଗିରଫ କରିଥିବାବେଳେ ଅନ୍ୟ 3 ଜଣ ଫେରାର୍ ଅଛନ୍ତି । ମୁମ୍ବାଇ କ୍ରାଇମବ୍ରାଞ୍ଚର ୨୫ ଜଣିଆ ଟିମ୍ ଦ୍ବାରା ହରିୟାଣା, ଉତ୍ତରପ୍ରଦେଶ ଓ ନୂଆଦିଲ୍ଲୀରେ ଚଢଉ ଜାରି ରହିଛି । ମୁମ୍ବାଇ କୋର୍ଟ ଗୁରୁମେଲକୁ ୭ ଦିନିଆ ପୁଲିସ ରିମାଣ୍ଡରେ ପଠାଇଛି । ଧର୍ମରାଜ ନିଜକୁ ନାବାଳକ ବୋଲି ଦର୍ଶାଇଛି । ଯାହାର ଯାଞ୍ଚ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଯାଞ୍ଚ ରିପୋର୍ଟରେ ଧର୍ମରାଜ ସାବାଳକ ବୋଲି ସ୍ପଷ୍ଟ ହୋଇଛି।
ଅଧିକ ପଢନ୍ତୁ : ବାବା ସିଦ୍ଦିକି ହତ୍ୟା ମାମଲା: ବାପ-ପୁଅଙ୍କୁ ଏକାସାଙ୍ଗେ ହତ୍ୟା କରିବାର ଥିଲା ନିର୍ଦ୍ଦେଶ
ସେ ନିଜକୁ ନାବାଳକ କହି କୋର୍ଟକୁ ଭୁଆଁ ବୁଲାଉଥିଲା। ଧର୍ମରାଜ ସାବାଳକ ଜଣାପଡ଼ିବା ପରେ ତାକୁ କୋର୍ଟରେ ହାଜର କରାଯାଇଥିଲା । ଆସନ୍ତା ଅକ୍ଟୋବର ୨୧ ଯାଏ ତାକୁ ମଧ୍ୟ ପୁଲିସ କଷ୍ଟଡିକୁ ତାକୁ ପଠାଇ ଦିଆଯାଇଛି । ହତ୍ୟାକାଣ୍ଡ ପାଇଁ ସୋସିଆଲ୍ ମିଡିଆରେ ପୋଷ୍ଟ ଲେଖି ନିଜକୁ ଦାୟୀ କରିଛି ଲାରେନ୍ସ ଗ୍ୟାଙ୍ଗ୍ । ଯିଏ ବଲିଉଡ୍ ଅଭିନେତା ସଲମାନ୍ ଖାନଙ୍କୁ ସାହାଯ୍ୟ କରିବ, ତାକୁ ଛାଡିବୁ ନାହିଁ ବୋଲି ଗ୍ୟାଙ୍ଗ୍ ଧମକ ଦେଇଛି । ଯାହାପାଇଁ ମୁମ୍ବାଇ ବାନ୍ଦ୍ରା ସ୍ଥିତ ସଲମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ସୁରକ୍ଷା ବଢାଇ ଦିଆଯାଇଛି । ଚଳିତ ବର୍ଷ ଏପ୍ରିଲ୍ ମାସରେ ଏହି ଲାରେନ୍ସ୍ ଗ୍ୟାଙ୍ଗ ସଲମାନଙ୍କ ଘର ଉପରକୁ ଫାୟାରିଂ କରିଥିଲା ।