ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ହାତୀମାନଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଥିଲେ। ଏହି ହାତୀ ପଲ ଗତ କିଛି ଦିନ ହେବ ଆଖପାଖ ଅଞ୍ଚଳରେ ଉତ୍ପାତ ଚଳାଇଛନ୍ତି। ଏବେ ସମ୍ପୃକ୍ତ ହାତୀପଲ ନିକଟସ୍ଥ ନିମିଧା ଜଙ୍ଗଲ ଅଞ୍ଚଳରେ ଥିବା ସୂଚନା ରହିଛି ।
ରାସ୍ତା ପାର ହେଉଛନ୍ତି ହାତୀପଲ, ଲୋକେ ଭୟଭୀତ

ଢ଼େଙ୍କାନାଳ: ଢେଙ୍କନାଳ ଜାତୀୟ ରାଜପଥରେ ହାତୀପଲ। ହଳଦିଆବାହାଳ ଅଞ୍ଚଳରେ ହାତୀ ପଲ ରାସ୍ତା ପାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ୩୨ଟିକିଆ ହାତୀ ପଲ ଆଜି ରାସ୍ତା ଅତିକ୍ରମ କରୁଥିବା ବେଳେ କିଛି ସମୟ ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହାନ ଅଟକି ରହିଥିଲା।
Download Argus News App
