ବ୍ଲାକ ସ୍ପଟ ଯୋଗୁଁ ବଢ଼ୁଛି ଦୁର୍ଘଟଣା
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଚମ୍ପୁଆ ଏନଏସିରେ ହାତୀ ଆତଙ୍କ । ଗାଁରେ 2ହାତୀ ପଶି ଘର ଭାଙ୍ଗିଥିବା ଅଭିଯୋଗ । ରାମଲାରେ 3 ଘଣ୍ଟା ରହିବା ପରେ ହାତୀମାନଙ୍କୁ ଜଙ୍ଗଲକୁ ଘଉଡାଇବାକୁ ସକ୍ଷମ ହେଲା ବନ ବିଭାଗ । ଗତକାଲି ରାତିରେ ମୟୁରଭଞ୍ଜରୁ ବୈତରଣୀ ନଦୀ ପାର୍ ହୋଇ 2ଟି ହାତୀ ଚମ୍ପୁଆ ଏନଏସି ରାମଲା ଭିତରକୁ ପସି ଆସିଥିଲେ । ରାମଲାର ବାବୁ ଆଚାର୍ଯ୍ୟଙ୍କ ବାଡିରେ ଗତକାଲି ରାତି 10ଟା ବେଳେ 2ଟି ହାତୀ ଦେଖି ଲୋକେ ଭୟଭୀତ ହୋଇ ପଡିଥିଲେ ।
ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀ ଘଉଡାଇବାକୁ ଆପ୍ରାଣ ଉଦ୍ୟମ କରିଥିଲା । ହାତୀମାନେ ସେଠାରୁ ଯିବା ସମୟରେ ରାମଲାରେ ଗୋଟିଏ ଘର ଭାଙ୍ଗିଥିବା ସୂଚନା ମିଳିଛି । ଏହି 2ଟି ହାତୀ ଏବେ ନିକଟସ୍ଥ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରେ ଥିବା ଜଣାପଡିଛି । ଚମ୍ପୁଆ ରେଞ୍ଜରେ ସମୁଦାୟ 35ଟି ହାତୀ ଥିବା ବେଳେ, ଚମ୍ପୁଆ ଏନଏସି ଭିତରକୁ ହାତୀ ପସି ଆସିବା କାରଣରୁ ଲୋକେ ଭୟଭୀତ ହୋଇ ପଡିଛନ୍ତି ।