କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ସମ୍ୱଲପୁର: ସମ୍ବଲପୁରରେ ବାରମ୍ବାର ହାତୀ ଆତଙ୍କ ଦେଖିବାକୁ ମିଳିଛି । ହାତୀ ଆତଙ୍କରେ ଭୟଭୀତ ଗ୍ରାମବାସୀ । ଗାଁକୁ ପଶି ଘର ଦ୍ଵାର ଭାଙ୍ଗୁଥିବା ଅଭିଯୋଗ ନେଇ ସମ୍ବଲପୁର ଡିଏଫଓ ଅଫିସ ଘେରିଲେ ଝାରଙ୍କପାଲି ଗ୍ରାମବାସୀ । ସଦର ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଗାଁରେ ପ୍ରତେକ ଦିନ ହାତୀ ଗାଁରେ ପଶି ବିଭିନ୍ନ କ୍ଷୟକ୍ଷତି ପରୁଛି । ଏହି ଗାଁ ମାନଙ୍କରେ ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଉଥିବା ଅଭିଯୋଗ ହୋଇଛି ।
ଏନେଇ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଏଭଳିକି କୌଣସି କ୍ଷତି ପୁରଣ ମଧ୍ୟ ମିଳୁନାହିଁ । ଏହାକୁ ନେଇ ଆଜି ସଦର ରେଞ୍ଜର ୩ ରୁ ୪ ଗ୍ରାମ ଶତାଧିକ ଲୋକ ସମ୍ବଲପୁର ଡିଏଫଓ ଅଫିସ ଘେରାଉ କରିଥିଲେ ।