ଗତକାଲି ରାତିରେ କୁତମେଣ୍ଡା ଗାଁର କୃଷ୍ଣ ଝରିଆଙ୍କ ଘର ଭାଙ୍ଗି ଦେଇଛନ୍ତି ହାତୀ ପଲ । ଘରକୁ ସମ୍ପୁର୍ଣ୍ଣ ଭାବରେ ଭାଙ୍ଗି ଦେଇଛନ୍ତି ହାତୀ । ତେବେ ଘର କାନ୍ଥ ପଡି କୃଷ୍ଣ ଓ ତାଙ୍କ ନାତି ଅନ୍ଧାରୁ ରହିଦାଶ ଗୁରତର ଆହତ ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।
ରାତିରେ ଶୋଇଥିବାବେଳେ ହାତି ଆସି ହଠାତ ଘର ଭାଙ୍ଗି ଦେଇଥିଲା । ଫଳରେ ଘରୁ ସେମାନେ ବାହରକୁ ବାହାରି ପାରି ନଥିଲେ । ଏହି ଅଂଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିବାବେଳେ ବନ ବିଭାଗ ପକ୍ଷରୁ ହାତି ଘଉଡାଇବା ପାଇଁ କୌଣସି ପ୍ରକାର ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି ।