କେଉଁଠି ଏକର ଏକର ଫସଲ ଖାଇ ଯାଉଛନ୍ତି ତ କେଉଁଠି ଗାଁରେ ପଶି ଘରଦ୍ୱାର ଭାଙ୍ଗି ପକାଉଛନ୍ତି । ସଞ୍ଜ ନଇଁଲେ ଆରମ୍ଭ ହେଇଯାଉଛି ହାତୀ ଓ ମଣିଷଙ୍କ ମଧ୍ୟରେ ସଂଘର୍ଷ । ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ବନବିଭାଗ ହାତୀ ଘଉଡାଇବା ପାଇଁ ଉଦ୍ୟମକରି ନାକେଦମ ହେଲେଣି ହେଲେ ହାତୀ ସଦର ଫରେଷ୍ଟ ରେଞ୍ଜ ଛାଡିବାକୁ ନାରାଜ । ହାତୀ ଏକର ଏକର ଫସଲ ନଷ୍ଟ କରିଚାଲିଛି । ପ୍ରତ୍ୟେକ ଦିନ ହାତୀ ଉପଦ୍ରବରେ ଲୋକେ କ୍ଷୟକ୍ଷତି ସହୁଛନ୍ତି । ହେଲେ ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ନେଇ କୌଣସି ତତ୍ପରତା ଦେଖା ଯାଉ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।