ହାତୀ ଗୁରୁବାରିଆ କୁ ଆକ୍ରମଣ କରିବା ସହିତ ଗୋଡ଼ରେ ଦଳି ଦେଇଥିଲା। ତା ଚିତ୍କାର ଶୁଣି ଅନ୍ୟ ଲୋକ ମାନେ ଗାଁକୁ ଫେରି ଆସି ଖବର ଦେବାପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
କେନ୍ଦୁଝର: ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ଯୁବକ ମୃତ। ଆନନ୍ଦପୁର ଉପଖଣ୍ଡ ହଦଗଡ଼ ରେଞ୍ଜ ରାଇଘାଟି ଗାଁର ଗୁରୁବାରିଆ ନାଇକ ଗାଁର କିଛି ଲୋକଙ୍କ ସହିତ ହଦଗଡ଼ ହସ୍ତୀ ଅଭୟାରଣ୍ୟ କୁ ଜାଳେଣି କାଠ ସଂଗ୍ରହ ନିମନ୍ତେ ଯାଇଥିବା ସମୟରେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲା।
ହାତୀ ଗୁରୁବାରିଆ କୁ ଆକ୍ରମଣ କରିବା ସହିତ ଗୋଡ଼ରେ ଦଳି ଦେଇଥିଲା। ତା ଚିତ୍କାର ଶୁଣି ଅନ୍ୟ ଲୋକ ମାନେ ଗାଁକୁ ଫେରି ଆସି ଖବର ଦେବାପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଅଶାନ୍ତ ମାହାଙ୍ଗା । ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ଆଉ ଏ ସବୁ ପଛରେ ମାହାଙ୍ଗାର ପାୱାରଫୁଲ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତିର ସଂଗୀନ ଅଭିଯୋଗ । ମାହାଙ୍ଗା ଡବଲମର୍ଡର ମାମଲାରେ ପ୍ରତାପଙ୍କ ବିରୋଧରେ ପ୍ରମାଣ ପାଇଛନ୍ତି କୋର୍ଟ । ତାଙ୍କ ବିରୋଧରେ ଦଫା ୩୦୨, ୧୨୦ବି, ୫୦୬ ଦଫା ଲାଗିଛି । ହାଇକୋର୍ଟରୁ ବେଲ୍ ନ ମିଳିଲେ ଜେଲ୍ ଯିବେ ଶାସକ ଦଳର ବିଧାୟକ ପ୍ରତାପ ଜେନା ।
ଅଧିକ ପଢନ୍ତୁ : ମାହାଙ୍ଗା ଡବଲ ମର୍ଡର ମାମଲା, ପ୍ରତାପ ଜେନାଙ୍କ ନାଁରେ ଲାଗିଛି 302 ଦଫା
ସେପଟେ କାବୁଆ ରହସ୍ୟଜନକ ମୃତ୍ୟୁକୁ ନେଇ ସସପେନ୍ସ ବଢୁଛି । ମାହାଙ୍ଗା ଡବଲ ମର୍ଡର ପରେ କାବୁଆକୁ କଲ୍ କରି କଥା ହୋଇଛନ୍ତି ସେତେବେଳର ଆଇନମନ୍ତ୍ରୀ ପ୍ରତାପ ଜେନା, ତାଙ୍କ ଦୁଇ ସହଯୋଗୀ ବାପି ବିଶ୍ବାଳ ଓ ଶରତ ନାୟକ । କଲ୍ ଡିଟେଲସ ରେକର୍ଡରୁ ଏଇ ତଥ୍ୟ ସାମ୍ନାକୁ ଆସିଛି । ମାହାଙ୍ଗା ଡବଲ ମର୍ଡରର ପୋଲ୍ ଖୋଲିଯିବ ବୋଲି କାବୁଆକୁ ହତ୍ୟା କରାଯାଇଛି ଆଉ ଏହା ପଛରେ ପ୍ରତାପ ଜେନାଙ୍କ ହାତ ବୋଲି ଅଭିଯୋଗ ହୋଇଛି ।
ସେପଟେ ମଙ୍ଗଳବାର କୂଆଁପାଳରେ ପ୍ରତାପ ଜେନାଙ୍କ ଗୁଣ୍ଡାଙ୍କ ଦ୍ବାରା ଆକ୍ରମଣର ଶିକାର ନ୍ୟାୟ ପାଇଁ ଲଢେଇ ପରିବାରର ଦିଲୀପ ସାହୁ ଥାନାରେ ଏତଲା ଦେଇଛନ୍ତି । ବିଜେଡି ନେତା ପ୍ରତାପ ଜେନାଙ୍କ ନିର୍ଦ୍ଦେଶରେ ମରଣାନ୍ତକ ଆକ୍ରମଣ ହୋଇଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ସବୁବେଳେ ଖସିଯାଉଥିବା ପ୍ରତାପ ଏଥର କିନ୍ତୁ ଆଇନପଞ୍ଝାରେ ଫଶିଯାଇଛନ୍ତି । ତାଙ୍କୁ ସମନ ପରେ ଯଦି ବେଲ ନ ମିଳେ ତେବେ ଗିରଫ ହେବେ ବିଜେଡିର ଏଇ ପାୱାରଫୁଲ୍ ବିଧାୟକ । ଏବେ ବଡ଼ ପ୍ରଶ୍ନ କାହିଁକି ପ୍ରତାପଙ୍କୁ ଘଣ୍ଟ ଘୋଡାଇଛି ବିଜେଡି, କାହିଁକି ପ୍ରଶ୍ନ କଲେ ଉତ୍ତର ଦେଉନାହାନ୍ତି ବିଜେଡିର କୁହାଳିଆ ନେତା, କେବେ ବିଦା ହେବେ ପ୍ରତାପ ।
ଭୁବନେଶ୍ୱର: ବାଚସ୍ପତିଙ୍କ ପୋଡିୟମ ଉପରକୁ ଡ଼ାଲି ଫିଙ୍ଗିଲେ ବିଜେପି ବିଧାୟକ । ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକ ମୋହନ ମାଝି ଓ ମୁକେଶ ମହାଲିଙ୍ଗ ନିଲମ୍ବିତ ।
କହିବାକୁ ସୁଯୋଗ ନଦେବାରୁ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଡାଲି ମାଡ଼ କରିଥିଲେ ବିଜେପି ବିଧାୟକ । ଡାଲି ଫିଙ୍ଗି ଦୁଇ ବିଜେପି ବିଧାୟକ ଗୃହରୁ ନିଲମ୍ବିତ ହୋଇଛନ୍ତି । ବିରୋଧୀ ଦଳ ନେତା କହିଲେ, ଦଳୀୟ କର୍ମୀଙ୍କ ପରି ବ୍ୟବହାର କରୁଛନ୍ତି ବାଚସ୍ପତି । ଆଗାମୀ ଦିନରେ ଏହାର ପ୍ରତିବାଦ କରିବ ବିଜେପି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଗୁଜୁରାଟର ଅହମ୍ମଦବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପୁଅ ଓ ଝିଅଙ୍କ ମଧ୍ୟରେ ଲିଙ୍ଗଗତ ସମାନତା ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ “କ୍ରାୟୋ ଫର୍ ଗୁଡ୍(Criiio 4 Good)” ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନ କ୍ରୀଡାର ଶକ୍ତି ଏବଂ କ୍ରିକେଟର ଲୋକପ୍ରିୟତା ମାଧ୍ୟମରେ ଶିଶୁ କନ୍ୟାଙ୍କୁ ମାନଙ୍କୁ ସଶକ୍ତ କରିବା ସହ ଲିଙ୍ଗଗତ ସମାନତା ଉପରେ ସଚେତନତା ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଅଧିକ ପଢନ୍ତୁ ଭାରତ ଖବର
ଆଇସିସି, ବିସିସିଆଇ, ୟୁନିସେଫ ଏବଂ ଶିକ୍ଷା ମନ୍ତ୍ରଣାଳୟର ମିଳିତ ଭାଗିଦାରୀରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି । ୮ଟି ସିରିଜ୍ ବିଶିଷ୍ଟ କ୍ରିକେଟ୍ ଆଧାରିତ ଆନିମେସନ ଚଳଚ୍ଚିତ୍ର ମାଧ୍ୟରେ ଲିଙ୍ଗଗତ ସମାନତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଝିଅମାନଙ୍କୁ ଲାଇଫ ସ୍କିଲ୍ ସହ ଯୋଡିବା ଏବଂ କ୍ରୀଡାରେ ସେମାନଙ୍କର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏହି ଅଭିନବ ଅଭିଯାନକୁ ପ୍ରଶଂସା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଝିଅମାନେ ପୂର୍ବରୁ ଦେଶ ପାଇଁ ଗୌରବ ଆଣିଛନ୍ତି । ସାଇନା ନେହଓ୍ୱାଲ, ପିଭି ସିନ୍ଧୁ, ମେରି କମ୍, ଝୁଲଣ ଗୋସ୍ୱାମୀ, ମିତାଲି ରାଜ, ସ୍ମୃତି ମାନ୍ଧନାଙ୍କ ଭଳି ଝିଅ ଆମ ଦେଶର ଗୌରବ ବଢାଇଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମହିଳା ସଶକ୍ତିକରଣ ବିଶେଷ ଭାବରେ ଝିଅମାନଙ୍କ ସଶକ୍ତିକରଣ ଜାତୀୟ ଶିକ୍ଷା ନୀତିର ମୂଳ ଆଧାର । ଆଜିର ପଦକ୍ଷେପ ନେତୃତ୍ୱ, ସମସ୍ୟାର ସମାଧାନର ସୂତ୍ର ବାହାର କରିବା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜାଗ୍ରତ କରିବା, ନିଷ୍ପତି ନେବାର ସାମର୍ଥ୍ୟ, ବୁଝାମଣା, ସମବେଦନା, ଟିମ୍ ଓ୍ୱାର୍କ ଏବଂ ଲକ୍ଷ୍ୟ ସ୍ଥିର କରିବା ଭଳି ଆବଶ୍ୟକୀୟ ଲାଇଫ୍ ସ୍କିଲ୍ ଉପରେ ଗୁରୁତ୍ୱ ଦେବ । ଖେଳ ଆମ ସମସ୍ତଙ୍କ ଜୀବନରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଶିକ୍ଷା ମନ୍ତ୍ରଣାଳୟ ଏହି ମଡ୍ୟୁଲ ଗୁଡିକୁ ଦେଶରେ ଥିବା ୧.୫ ମିଲିୟନ ସ୍କୁଲକୁ ଦୀକ୍ଷା ପ୍ଲାଟଫର୍ମ ମାଧ୍ୟମରେ ପ୍ରଦାନ କରିବ ।
ଆମ ଦେଶ ମହିଳା ସଶକ୍ତିକରଣକୁ ପାରମ୍ପରିକ ଭାବେ ପରିଚୟ ଦେଇଆସିଛି । ଚନ୍ଦ୍ରାୟାନ-୩ ଅଭିଯାନରେ ଶତାଧିକ ମହିଳା ବୈଜ୍ଞାନିକଙ୍କ ଯୋଗଦାନ ରହିଛି । ନିକଟରେ ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହରେ ଉପସ୍ଥାପନ କରିବା ସହ ପାରିତ କରାଇଛନ୍ତି । ଦେଶ ଏବେ ମହିଳା ଆଧାରିତ ବିକାଶର ନେତୃତ୍ୱ ନେଉଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ମହିଳା କ୍ରିକେଟ ଦଳର ଉପ ଅଧିନାୟକ ସ୍ମୃତି ମାନ୍ଧନା, ବିସିଆଇର ସେକ୍ରେଟାରୀ ଜୟ ଶାହ ପ୍ରମୁଖ ଉପସ୍ଥିତ ଥିଲେ ।