ବଡମ୍ବା ନରସିଂହପୁରର ଜଙ୍ଗଲ ତଟବର୍ତ୍ତି ଅଞ୍ଚଳରେ ବିଶେଷ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। କ୍ଷେତରେ ବର୍ଷ ତମାମ ଅନେକ ପରିଶ୍ରମ କରି ଚାଷୀ ଫଳାଇଥିବା ସୁନାର ଫସଲକୁ ହାତୀ ନିମିସେକେ ଦଳି ନଷ୍ଟ କରୁଛି । ହାତୀ ଦାଉରୁ ଫସଲକୁ ସୁରକ୍ଷା ଦେବାକୁ କେତେବେଳେ ମଞ୍ଚରେ ତ ଆଉ କେତେବେଳେ ଗଛ ଉପରେ ରାତି କାଟୁଛି ଚାଷୀ ।
ରାତି ଅନିଦ୍ରା ହୋଇ ନିଜ କ୍ଷେତକୁ ଚାହିଁ ବସିଛି ଚାଷୀ । ହୋ ହଲା ପରେ ବି କିଏ କିଏ ରାତି ଅଧରେ ନିଆଁ ହୁଳା ଧରି ବନ୍ୟଜନ୍ତୁଙ୍କୁ ଘଉଡ଼ାଉଛି । କଟକ ବଡମ୍ବା ଫରେଷ୍ଟ ଡିଭିଜନ ଅଧିନ ରେ ଥିବା କଷି କିଆରୀ, ବାରିମୂଳ,ଧନାପଲ୍ଲି,କୋଟପଲ୍ଲା, ବଡମ୍ବା ନିଜିଗଡ଼,ଯୋଡ଼ା ମ୍ବ, ବାଣପୁର, ମାଳତୀ, ଖାରୋଡ଼, ଯାନୀପତର,କଟରା ପାଳ, ବରପଲ୍ଲୀ,କରଡା ଅଞ୍ଚଳରରେ ସଞ୍ଜ ନଇଁବା ପରେ ୨୨ ଟିକିଆ ହାତୀ ପଲ ଜଙ୍ଗଲରୁ ବାହାରି ଚାଷ ଜମି ମୁହାଁ ହେଉଛନ୍ତି ।
ଜମିରେ ପଶି ଧାନ, ପରିବା ଖାଇବା ସହିତ ଅଧିକାଂଶ ଫସଲ ପାଦରେ ଦଳି ନଷ୍ଟ କରୁଛନ୍ତି । ସେହିପରି ଏହି ସବୁ ଅଞ୍ଚଳବରେ ବାସ କରୁଥିବା ଚାଷୀ ମାନେ କିଏ ଧାନ କ୍ଷେତ ସଂଜ ରୁ ସକାଳ ଜଗିବାକୁ ଯାଉଛି ତ ଆଉ କାହାର ରାତି ହେଲେ ଲୋକଙ୍କ ତାଟି କବାଟ ପଡୁଛି।
ଗରିବ ଚାଷୀମାନେ ତାଙ୍କ ଧାନ ଓ ପନି ପରିବା ଚାଷକୁ ହାତୀ ଦାଉରୁ ସୁରକ୍ଷା ଦେବା ପାଇଁ ରାତି ଉଜାଗର ରହୁଛନ୍ତି। ଜଙ୍ଗଲ ବିଭାଗ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଥିଲେ ସୁଦ୍ଧା ହାତୀ ଘଉଡ଼ାଇବାରେ ସକ୍ଷମ ହୋଇପାରୁନଥିବା କହି ଦୁଃଖ ପ୍ରକାଶ କରିଛନ୍ତି ଚାଷୀ।
ଫଳରେ ଆଜକୁ ୧୨ ଦିନ ହେଲାଣି ଅଞ୍ଚଳବାସୀ ଅଧିକ ଆତଙ୍କିତ ହୋଇପଡିଛନ୍ତି। ଆଠଗଡ ବନଖଣ୍ଡ ଅଧିକାରୀଙ୍କର ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଶୁଣୁ ନଥିବା ବେଳେ ବଡମ୍ବା ରେଞ୍ଜ ଅଫିସ ସମ୍ମୁଖରେ ଗଣଧାରଣା ଦେବା ପାଇଁ ଚାଷୀ ଏକଜୁଟ ହେଲାଣି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।