ମୃତ ହାତୀର ବୟସ ୬୦ ବର୍ଷ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସେପଟେ ତବଲୋଇ ଜଙ୍ଗଲରୁ ମଧ୍ୟ ମିଳିଛି ଆଉ ଏକ ହାତୀର ମୃତଦେହ । ଏଠାରେ ମଧ୍ୟ ସମାନ ଢ଼ଙ୍ଗରେ ହାତୀର ମୃତଦେହକୁ ପୋଡ଼ିବା ପରେ କଙ୍କାଳକୁ ନଦୀକୁ ଭସାଇ ଦେଇଥିଲେ ଶିକାରୀ । ଯାହାକୁ STF ଟିମ୍ ଚଢ଼ାଉ କରି ଜବତ କରିଛି । ଉଭୟ ହାତୀଙ୍କ ହାଡ଼କୁ ପରୀକ୍ଷା ପାଇଁ ପଠାଇବା ସହ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଓ STF ଟିମ୍ ।
ଏଠି ପ୍ରଶ୍ନ ଉଠୁଛି ଜଙ୍ଗଲ ମଧ୍ୟରେ ଶିକାରୀମାନେ ଦୁଇ ଦୁଇଟି ହାତୀକୁ ହତ୍ୟା କରି ପୋଡ଼ିଥିବା ବେଳେ କେମିତି ଜାଣିପାରିଲାନି ବନ ବିଭାଗ ? ହାତୀ ହତ୍ୟା ପଛରେ ରହିଛି କି ବନ ବିଭାଗ ଅଧିକାରୀଙ୍କ ହାତ ? ଶିକାରୀଙ୍କୁ ସୁରକ୍ଷା ଦେଉ ନାହାନ୍ତି ତ ବନ କର୍ମଚାରୀ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।