ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହସ୍ତଶିଳ୍ପ, ଢୋକରା ଶିଳ୍ପ ଆଦି ଷ୍ଟଲ ଗୁଡିକ ଅତିଥି ମାନେ ପରିଦର୍ଶନ କରିଥିଲେ । ସମସ୍ତ ଅତିଥି ଓ ଅଧିକାରୀ ମାନେ ଏହି କନକ୍ଲେଭ ଜରିଆରେ କିପରି ଜନଜାତି ଉଦ୍ୟୋଗୀ ମାନେ ଲାଭବାନ ହୋଇ ପାରିବେ । ସେବିଷୟରେ ଆଲୋଚନା ହୋଇଥିଲା । MSME ହେଉଛି ଏପରି ଏକ ବିଭାଗ ଯାହାକି ଆମ ଦେଶର ଜିଡିପି ରେ ୩୦ପ୍ରତିଶତ ସହଭାଗିତା କରୁଅଛି । ଏହି ଅନ୍ତର୍ଗତ ୪୫ପ୍ରତିଶତ ବିଦେଶ ରପ୍ତାନୀ ମଧ୍ୟ ରହିଛି । ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପ୍ନ ଆତ୍ମନିର୍ଭରଶୀଳ ଭାରତ ଯାତ୍ରା ରେ msme ବିଭାଗ ସଫଳତା ପ୍ରଦାନ କରୁଛି । ଏହି କନକ୍ଲେଭରେ କେନ୍ଦ୍ର msme ମନ୍ତ୍ରୀ ଭାନୁପ୍ରତାପ ସିଂହବର୍ମା ନିଜ ସ୍ବପ୍ନର ଉଦ୍ୟୋଗ ନିର୍ମାଣ କରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
ଏହି କ୍ରମରେ ଏସଏମଇର ସଫଳ ଉଦ୍ୟୋଗୀ ସୁଜିତ ପରିଡା, ଜୟଦେବ ବେହେରା ଓ ତୁଷାର ରଞ୍ଜନ ସୋରେନ, ଖଦି ଉଦ୍ୟୋଗର ସଫଳ ଉଦ୍ୟୋଗୀ ତଥା ସିପେଟରୁ ତାଲିମ ନେଇ ସଫଳତା ପାଇଥିବା ସରସ୍ବତୀ ମାଝୀ, ଅଖିଳ ତରେଇ, ଲକ୍ଷ୍ମୀକାନ୍ତ ମୁର୍ମୁ, ଶରତ ଚନ୍ଦ୍ର ସିଂ ଏବଂ ଗୋବିନ୍ଦ ବାସ୍କେଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ ଉଦ୍ୟୋଗୀ ମାନେ ମଧ୍ୟ ଏହି ଯୋଜନା ଦ୍ବାରା ଲାଭାବାନ ହେବା ସହ ସରକାରୀ ପ୍ରୋତ୍ସାହନ ପାଇବା ପରେ ବେଶ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି ।
ଓଡିଶା ଖବର ଆହୁରି ପଢନ୍ତୁ