Argus Update News 9am
ପୁରୀ: ସମୁଦ୍ରରେ ଗାଧୋଉ ଥିବାବେଳେ ବୁଡ଼ିଯାଇ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ । ମୃତକ ପଶ୍ଚିମବଙ୍ଗର ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ । ଏହି ସମୟରେ ବେଳଭୂମିର ୧୩ ନମ୍ବର ସେକ୍ଟରରେ ଗାଧୋଉଥିବାବେଳେ ବୁଡି ଯାଇଥିଲେ । ବୁଡି ଯାଉଥିବାବେଳେ ଦୁଇ ଜଣ ଲାଇଫ ଗାର୍ଡ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।