ଏହି ରାସ୍ତା ଉପରେ କେବଳ ଶଗଡା ସାହିର ଲୋକେ ନିର୍ଭର କରନ୍ତି ତାହା ନୁହେଁ ଓଡ଼ିଶା ର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ କୁ ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ପଥ ଚାରି ଯାତାୟତ କରିଥାନ୍ତି l ଏହି ରାସ୍ତାର ମରାମତି କାର୍ଯ୍ୟ ହେଉଛି ନା ନୂତନ କାର୍ଯ କରାଯାଉଛିl ଏ ବାବଦରେ ବାରମ୍ବାର ସରପଞ୍ଚଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ୯ ନମ୍ବର ୱlର୍ଡର ରାସ୍ତା କୁଆଡେ ପଞ୍ଚାୟତର ମାନଚିତ୍ରରେ ନାହିଁ ବୋଲି ସରପଞ୍ଚ କହିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଗରିବ ଖଟିଖିଆ ଆଦିବାସୀ ଲୋକେ ବାରମ୍ବାର ପ୍ରଶାସନ ନଜର କୁ ଆଣିଥିଲେ ମଧ୍ୟ୍ୟ କାହାରି ନଜର ପଡୁନାହିଁ l ତେବେ ତୁରନ୍ତ ରାସ୍ତା କାମ ନ ହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ସହିତ କୌଣସି ନେତାଙ୍କୁ ଗ୍ରାମ କୁ ପଶାଇ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।
ଅଧିକ ଦେଖନ୍ତୁ