Headlines @ 11 Pm | 27 Jan 2023 | Argus News
ଦଶ ଦିନ ପରେ ମଧ୍ୟ ମଣ୍ଡି ରେ ଅଚଳାବସ୍ଥା ଜାରି

ଅର୍ଗସ ବ୍ୟୁରୋ: ଧାନ ବିକ୍ରି କରି ଭଲ ଦୁଇ ପଇସା ପାଇବା ଆଶା କରି ଥିବା ଚାଷୀ ଏବେ ଚିନ୍ତାରେ। ନୂଆପଡ଼ା ଜିଲ୍ଲାର ଚାଷୀଙ୍କର ସମସ୍ୟା ର ଅନ୍ତ ହେଉନାହିଁ। କେତେ ବେଳେ ମରୁଡି ତ କେତେବେଳେ ରୋଗପୋକ। ଠିକ୍ ଚାଷ ଅମଳ ହୋଇସାରି ଥିବା ବେଳେ ବର୍ତମାନ ଅଭାବୀ ବିକ୍ରିକୁ ନେଇ ଚାଷୀ ଚିନ୍ତାରେ। ଚଳିତ ଖରିଫ ଋତୁରେ ଧାନ ଅମଳ କରି ଠିକ୍ ଦୁଇ ପଇସା ଲାଭ ପାଇବା ପାଇଁ ଆଶା ରଖିଥିଲା ଚାଷୀ। ଅନ୍ୟପଟେ ରାସ୍ତା ନଥିବାରୁ ଟ୍ରକ ଯାଇ ପାରୁନାହିଁ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ। ସଦର ବ୍ଲକ ସାରାବଙ୍ଗ ପ୍ୟାକ୍ସ ମୋହରା ଡ଼ିହି ମଣ୍ଡି ର ଦୃଶ୍ୟ। ଥରେ ଦେଖନ୍ତୁ ଏହି ଦୃଶ୍ୟକୁ ଚାଷୀ ନିଜର କଷ୍ଟ ଉପାର୍ଜିତ ଧାନ କୁ ଖୋଲା ଆକାଶ ତଳେ ରଖିଛି। ଆଜକୁ ଦଶ ଦିନ ହେବ ମଣ୍ଡି ଖୋଲିଥିଲେ ମଧ୍ୟ ଚାଷୀଙ୍କର ଧାନ ନେବାକୁ କେହି ଆସୁନାହାନ୍ତି। ବର୍ତ୍ତମାନ ଏହି ମଣ୍ଡି ରେ 85 ଜଣ ଚାଷୀଙ୍କ 10 ହଜାର ରୁ ଉର୍ଦ୍ଧ ପ୍ୟାକେଟ ଧାନ ପଡ଼ି ରହିଥିବା ବେଳେ କାହାର ଦେଖାନାହିଁ ବୋଲି ଅଭିଯୋଗ କରିଛନ୍ତି ଚାଷୀ। ଜିଲ୍ଲାର କେନ୍ଦୁବାହାରା, ସାରାବଙ୍ଗ , ଆମାନାରା, ବେଲଟୁକୁରି,ଖରୀଆର ରୋଡ, ଭଳି ବିଭିନ୍ନ ମଣ୍ଡି ରେ ହଜାର ହଜାର ବସ୍ତା ଧାନ ପଡ଼ିରହିଛି। ଚଳିତ ବର୍ଷ ଜିଲ୍ଲାରେ 2022/23 ଖରିଫ ଫସଲ ପାଇଁ ପ୍ରଥମ ପର୍ଯ୍ୟୟରେ ଜିଲ୍ଲାକୁ 14 ଲକ୍ଷ 73 ହଜାର 323 କ୍ବିଣ୍ଟାଲ ଧାନ ଚାଷୀଙ୍କ ଠାରୁ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖା ଯାଇଛି । 26 ଟି ପେକ୍ସ ଓ 15 ଟି ଏସଏଚଜି ଗ୍ରୁପ ଥିବା ବେଳେ 72 ଟି ମଣ୍ତି ରେ ଧାନ କ୍ରୟ କରାଯିବ। ଚଳିତ ବର୍ଷ ପେକ୍ସରେ 41 ହଜାର 818 ଜଣ ଚାଷୀ ପଞ୍ଜୀକୃତ କରାଯାଇଛି। ଜିଲ୍ଲାରେ ଅସାଧୁ ବ୍ୟବସାୟୀ ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ ଧାନ ଆଣି ଜିଲ୍ଲାରେ ଧାନ ସଂଗ୍ରହ କେନ୍ଦ୍ରରେ ଯେପରି ବିକ୍ରି ନ କରନ୍ତି ସେଥିପାଇଁ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କ୍ବାଡ଼୍ ଗଠନ କରାଯାଇଥିବା ସୂଚନା ଦେଇଛି ଯୋଗାଣ ବିଭାଗ। ତେବେ ପ୍ରଶ୍ନ ଉଠିଛି ଯଦି ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ତେବେ ଚାଷୀ କରିବ କଣ। ତେବେ ପ୍ରଶ୍ନ ଉଠୁଛି ପୂର୍ବରୁ ଭାଙ୍ଗି ଥିବା ସାରାବଙ୍ଗ ବ୍ରିଜ ଭାଙ୍ଗି ଯାଇଥିବା ବେଳେ କାହିଁକି ମରାମତି କଲା ନାହିଁ ପ୍ରଶାସନ। ଅନ୍ୟପଟେ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଭାକର ପାତ୍ର ଙ୍କୁ ପଚାରିବାରୁ, ଆଉ ଦୁଇ ଦିନ ମଧ୍ୟରେ ସମସ୍ତ ଧାନ ଉଠାଇ ଦିଆଯିବ। ରାସ୍ତା ଅସୁବିଧା ହେଉଥିବାରୁ ଆମେ ଅନ୍ୟ ବିକଳ୍ପ ବ୍ୟବସ୍ଥା କରି ଧାନ ଉଠାଇବା ପାଇଁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି। ଓଡିଶା ଖବର ଆହୁରି ପଢ଼ନ୍ତୁ ।
Download Argus News App
