ପୂଜାପରେ ପୁଷ୍ପାଞ୍ଜଳି ଦିଆଯାଇଥିଲା। ପରେ ଚୁଡା ଘସା ପରି ଓଡ଼ିଆ ପାରମ୍ପରିକ ପ୍ରସାଦ ବଣ୍ଟନ କରାଯାଇଥିଲା।ଓଡିଶାରୁ ଦୂରରେ ରହୁଥିବା ଓଡ଼ିଆ ମାନେ ଏହାକୁ ମନଭରି ଉପଭୋଗ କରିଥିଲେ। ସୁସ୍ଵାଦ ଖାଦ୍ୟର ଆୟୋଜନ ମଧ୍ୟ କରାଯାଇଥିଲା। ଗତ ବାର ବର୍ଷ ଧରି ଓଡିଶା ସମାଜ U-A-E ଦ୍ୱାରା ଏହି ପୂଜାର ଆୟୋଜନ କରାଯାଇଛି। କୋଭିଡ଼ କଟକଣା ପରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଓଡ଼ିଆ ଗଣେଷ ପୂଜା ପାଇଁ ଏକାଠି ହୋଇଥିଲେ। ତେବେ ଏହି ପରିପ୍ରେକ୍ଷୀରେ ଓଡ଼ିଆ ପରମ୍ପରାକୁ ବିଦେଶରେ ବଜାୟ ରଖାଯିବ ବୋଲି ଓଡିଶା ସମାଜ U-A-E ସମ୍ପାଦକ ଶ୍ରୀ ଅମୀୟ ମିଶ୍ର କହିଛନ୍ତି।
UAEର ବିଭିନ୍ନ ଏମିରେଟ୍ସରେ ରହୁଥିବା ଓଡ଼ିଆମାନେ ପାଳିଲେ ଗଣେଷ ପୂଜା

ଅର୍ଗସ ବ୍ୟୁରୋ: କରୋନା କଟକଣା ଯୋଗୁଁ ଗତ ୨ ବର୍ଷ ହେଲା ସମସ୍ତ ଶିକ୍ଷାନୁଷ୍ଠାନ ସହିତ ଅନ୍ୟ ଅନୁଷ୍ଠାନ ଓ କ୍ଳବ ମାନଙ୍କ ପକ୍ଷରୁ ଗଣେଷ ପୂଜା ପାଳିତ ହୋଇ ପାରିନଥିବା ବେଳେ ଚଳିତ ବର୍ଷ ଧୁମ୍ ଧାମରେ ପାଳିତ ହୋଇଛି ଏହି ପୂଜା। ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଦୁବାଇରେ ମଧ୍ୟ ଧୁମଧାମରେ ଗଣେଷ ପୂଜା ପାଳିଲେ ପ୍ରବାସୀ ଓଡ଼ିଆ। ଦୁବାଇ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା। ଏଥିରେ ଶତାଧିକ ଓଡ଼ିଆ ଯୋଗ ଦେଇଥିଲେ। U-A-Eର ବିଭିନ୍ନ ଏମିରେଟ୍ସରେ ରହୁଥିବା ଓଡ଼ିଆ ମାନେ ଗଣେଷ ପୂଜାରେ ସାମିଲ ହୋଇ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା କରିଥିଲେ।
Download Argus News App
