ଏହି ତେଲ କୁ ପ୍ରସ୍ତୁତ କରିବାକୁ କପିଳାଶ ଜଙ୍ଗଲରୁ ପ୍ରଥମେ ପତ୍ର ସଂଗ୍ରହ କରାଯାଏ। ପରେ ତେଲ ପ୍ରସ୍ତୁତ କରାଯାଏ । ଏହି ତେଲ ଏବଂ ବାଉଁଶ ବତାକୁ ସଂଗ୍ରହ କରିବାକୁ ୪ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ଦୀର୍ଘ ୧୦୦ ବର୍ଷରୁ ଉର୍ଦ୍ଧ ପିଢି ପରେ ପିଢି ଏହାକୁ କରିଆସୁ ଥିବା ବେଳେ, ବର୍ତ୍ତମାନ ରୋଗୀମାନେ ୧୦ ଟଙ୍କା ଦେଇ ଟିକଟ କରନ୍ତି ଏବଂ ଚିକିତ୍ସା ପାଇଁ ଗଜ୍ କପଡ଼ା ତେଲ ପାଇଁ ଅଲଗା ଅର୍ଥ ନିଆଯାଏ । ଏଥିରୁ ଯାହା ଅର୍ଥ ମିଳେ ଷ୍ଟାପ ଦରମା ନେଉଥିବା ସହ କିଛି ଅର୍ଥ ଅନାଥ ଆଶ୍ରମ, ଗରିବ ଲୋକମାନଙ୍କୁ କମ୍ବଳ, ପିଲାମାନଙ୍କୁ ପାଠ୍ୟ ଉପକରଣ ସହ ଗରିବ ଲୋକମାନଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା କରାଯାଉଥିବା କୁହନ୍ତି ମେଡ଼ିକାଲର ମୁଖ୍ୟ।
ଓଡିଶା ଖବର ଆହୁରି ପଢନ୍ତୁ