କାଉ ଅଇଁଠା ଖାଇଲା, ରାମ କାନ୍ଦିଲେ !
ସତ କହିବାକୁ ଗଲେ ଭଗବାନ ରାମଙ୍କର ଏ ସମସ୍ତ କ୍ରିୟା ହିଁ ମଣିଷକୁ ଗୋଟିଏ ଆଦର୍ଶ ଜୀବନର ରାସ୍ତା ଦେଖାଏ। ରାମ କେବଳ ଗୋଟିଏ ଧର୍ମର ଦେବତା ନୁହଁନ୍ତି। ସେ ମାନବ ସଭ୍ୟତା ଓ ସଂସ୍କାରର ପରମ ପ୍ରତୀକ। ତାଙ୍କୁ ଶିଖିବା। ନିଜ ଭିତରେ ରାମଙ୍କୁ ଖୋଜିବା ହିଁ ମଣିଷର ପରମ କର୍ତ୍ତବ୍ୟ ହେବା ଆବଶ୍ୟକ।
ଓଡ଼ଗାଁ ରଘୁନାଥ ମନ୍ଦିର ବିଷୟରେ କିଛି ଅଜଣା କଥା
ଆପଣ ଏତେ କଥା ପଢିବା ପରେ ହୁଏତ ଭାରାକ୍ରାନ୍ତ ହୋଇଥିବେ। ସେଥିପାଇଁ ଆପଣଙ୍କୁ ଚୁମ୍ବକରେ ସମସ୍ତ ପ୍ରଶ୍ନର ଉତ୍ତର ଦେଉଛୁ।
ବାପାଙ୍କ କଥା ମାନନ୍ତି : ଭଗବାନ ରାମ ପିତୃ ସତ୍ୟ ପାଳନ କରି ବନବାସ ଗଲେ। ୧୪ ବର୍ଷର କଠିନ ଜୀବନ ସତ୍ବେ ନିଜ ପିତାଙ୍କ ନିଷ୍ପତ୍ତି ଉପରେ କେବେ ପ୍ରଶ୍ନ ଉଠାଇ ନ ଥିଲେ। ଆଜି କାଲି ଆମେ କିନ୍ତୁ ବାପାଙ୍କ ଭୁଲ ବାଛୁଚେ। ଏମିତି କରି ରାମଙ୍କୁ ଭଜିବା କ’ଣ ଠିକ୍ ?
ମା’ଙ୍କ ଭୁଲ ସତ୍ବେ ତାଙ୍କୁ ଅସମ୍ମାନ କରନ୍ତି ନାହିଁ : ମା’ କୈକେଇ ଯାହା ବର ମାଗିଲେ ତାହା ଅନୁଚିତ ଥିଲା। ହେଲେ ଆମେ ବିଶ୍ବାସରେ, ପୁତ୍ର କୁପୁତ୍ର ହୋଇପାରେ, ମା’ କେବେ ବି କୁମାତା ହୋଇପାରିବ ନାହିଁ। ଠିକ ସେମିତି ଭଗବାନ ରାମ ମାତାଙ୍କ ଇଚ୍ଛାକୁ ସମ୍ମାନ ଦେଇଛନ୍ତି। ବନ ଗମନ କରି ମର୍ଯାଦା ପାଳିଛନ୍ତି। ଆପଣ ଯଦି ନିଜ ମା’ଙ୍କ କଥା ମାନୁନାହାନ୍ତି, ଆଜିଠୁ ସୁଧୁରିଯାଆନ୍ତୁ। ମା’ ପରା ସିଏ।
ବଡ଼ ଭାଇ ହୋଇ ସାନ ଭାଇମାନଙ୍କୁ ନିଜ ମର୍ଯ୍ୟାଦାର ଅଙ୍କୁଶରେ ବାନ୍ଧି ରଖନ୍ତି : ବଡ଼ ଭାଇ ଶ୍ରଦ୍ଧା କଲେ ଲୋକେ ରାମ ପରା ଭାଇ କୁହନ୍ତି। ସାନ ଭାଇର ଭାଇର ଉଦାହରଣ ପାଲଟନ୍ତି ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ। ଭରତ ନିଜ ଇଚ୍ଛା କରିଥିଲେ ରାଜା ହୋଇଥାନ୍ତେ, କିନ୍ତୁ ବଡ଼ ଭାଇଙ୍କ ପ୍ରତି ସମ୍ମାନ ପାଇଁ ସେ ଅଯୋଧ୍ୟାରେ ରହି ମଧ୍ୟ ୧୪ ବର୍ଷ ବନବାସୀର ଜୀବନ କାଟିଲେ, ରାଜକାର୍ଯ୍ୟ ସୂଚାରୁ ରୂପେ ସମ୍ପନ୍ନ କଲେ। ଆଉ ଏ ସବୁଥିରେ ସହାୟତା କଲେ ଭ୍ରାତା ଶ୍ରତ୍ରୁଘ୍ନ। ଲକ୍ଷ୍ମଣ ଯିଏ ଅତୁଳ ବଳର ଅଧିକାରୀ, ହେଲେ ବଡ଼ ଭାଇଙ୍କ ହଁରେ ହଁ ନାହିଁରେ ନାହିଁ ଭରନ୍ତି। ଏ କଥା ପଢି ଆପଣ ନିଜେ ନିଜକୁ ତର୍ଜମା କରନ୍ତୁ। ଭାଇର କର୍ତ୍ତବ୍ୟ ଆପଣ ନିଷ୍ପାଦନ କରୁଛନ୍ତି ତ ?
ପ୍ରେମ ପାଇଁ ସମୁଦ୍ରରେ ସେତୁ ବାନ୍ଧନ୍ତି : ମାତା ସୀତାଙ୍କୁ ରାବଣ ନେଲା। ସମୁଦ୍ର ଏ କୂଳରୁ ସେ କୂଳକୁ। କିନ୍ତୁ ପ୍ରିୟତମା ପତ୍ନୀଙ୍କୁ ଫେରାଇ ଆଣିବାକୁ ସମୁଦ୍ରରେ ବନ୍ଧ ପକାଇଲେ ପ୍ରଭୁ ରଘୁନାଥ। କହିଲେ, ଦେଖି ଆପଣ ନିଜ ପତ୍ନୀ ଓ ପ୍ରେମିକାଙ୍କୁ ମିଛ ଜହ୍ନ ଆଣିବାର ପ୍ରତିଶ୍ରୁତି ଦେଇ ଭଣ୍ଡେଇଛନ୍ତି କି ନାହିଁ। ପ୍ରେମରେ ପାରିବା ପଣିଆ ଦେଖାଇବା ଅଛି ତ ନିଜକୁ ରାମ କରନ୍ତୁ।
ମିତ୍ରତା ରକ୍ଷା କରନ୍ତି : ରାମ ବଣରେ ବୁଲିଲା ବେଳେ ନିସାଦ ରାଜଙ୍କ ସହ ମିତ୍ରତା କରନ୍ତି। ବଣରେ ବୁଲୁଥିବା ମଣିଷ ବନବାସୀଙ୍କ ମିତ୍ର ହୁଅନ୍ତି। ଆଉ ଯେତେବେଳେ ରାଜା ହୁଅନ୍ତି ସେତେବେଳେ ଅଫିସିଆଲ ଗେଷ୍ଟ ଭାବେ ଏହି ନିଷାଦ ରାଜଙ୍କୁ ହିଁ ନିମନ୍ତ୍ରଣ ଦିଅନ୍ତୁ। କୃଷ୍ଣ-ସୁଦାମାଙ୍କ ଉପାଖ୍ୟାନ ପରି ଆପଣ ଏହି ଉପାଖ୍ୟାନକୁ ନିଜ ବନ୍ଧୁଙ୍କ କ୍ଷେତ୍ରରେ କେବେ ବ୍ୟବହାର କରିଛନ୍ତି କି ?
ପ୍ରତିକୂଳତା ସତ୍ବେ ଯୁଦ୍ଧ ବିଜୟୀ : ଭଗବାନ ରାମ ମଣିଷ ଥିଲେ। କିନ୍ତୁ ରାକ୍ଷସଙ୍କୁ ଯୁଦ୍ଧରେ ପରାସ୍ତ କଲେ। ପାଖରେ ସେନା ନ ଥିଲା, ରାଜପଦ ନ ଥିଲା। ତଥାପି ଗୋଟିଏ ରାକ୍ଷସ ରାଜକୁ ମୃତ୍ୟୁ ଦଣ୍ଡ ଦେଲେ। ମାଙ୍କଡ଼ ଆଉ ଭାଲୁଙ୍କୁ ନେଇ ଜଣେ ମଣିଷ ଯୁଦ୍ଧ କରିବା। ରାକ୍ଷସଙ୍କୁ ହତ୍ୟା କରିବା ହିଁ ଦର୍ଶାଉଛି ପ୍ରତିକୂଳ ପରିସ୍ଥିତିରେ ଅନୁକୂଳ ବାତାବରଣ ସୃଷ୍ଟି କରୁଥିବା ବ୍ୟକ୍ତି କେବଳ ରାମ ହିଁ ହୋଇପାରନ୍ତୁ।
ଏ କଥା ପଢିଲା ପରେ ଆମେ ଆମକୁ ଓ ଆପଣଙ୍କୁ ଗୋଟିଏ କଥା କହିବୁ ଆସନ୍ତୁ ଆମେ ନିଜକୁ ରାମ କରିବା। ରାମ ନାମରେ ରମଣ କରି ନିଜ କର୍ମମୟ ଜୀବନକୁ ଆଗକୁ ବଢାଇବା।