ଚଳିତ ବର୍ଷ ଭୁବନେଶ୍ବରରେ ଜି-20, ଚନ୍ଦ୍ରାୟନ-3 ଠାରୁ ଆରମ୍ଭ କରି ବିଭିନ୍ନ ଥିମରେ ପୂଜାମଣ୍ଡପ ଗୁଡିକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ରାଜଧାନୀ ଭୁବନେଶ୍ବରର ୟୂନିଟ୍-3 ଶିଶୁମନ୍ଦିର, ଶିବାନନ୍ଦ ସେଞ୍ଚୁରିଆନ ଶିବାନନ୍ଦ ସେଞ୍ଚୁରୀ ବଏଜ ସ୍କୁଲ, ବକୁଳ ବନ ଫାଉଣ୍ଡେସନ୍ ପକ୍ଷରୁ ଗଣେଶ ପୂଜା ବେଶ ଧୂମଧାମରେ ପାଳନ କରାଯାଉଛି। ଚଳିତ ଥର ବିଭିନ୍ନ ଥିମରେ ପୂଜାମଣ୍ଡପ ଗୁଡି ଶୋଭା ପାଉଥିବା ବେଳେ ସମାଜକୁ ନିଆରା ବାର୍ତ୍ତା ପ୍ରଦାନ କରାଯାଇଛି।
ଭାଇଚାରାର ସହର କଟକରେ ମଧ୍ୟ ବେଶ ଧୂମଧାମରେ ବିଭିନ୍ନ ପୂଜାମଣ୍ଡପରେ ଗଣପତିଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି। ସହରରର ବିଭିନ୍ନ କ୍ଲବ, ଶିକ୍ଷାନୁଷ୍ଠାନ ଏପରିକି ଘରେ ଘରେ ମନ୍ତ୍ର ଓ ଘଣ୍ଟ ଘଣ୍ଟା ଧ୍ବନିରେ ପ୍ରଭୁଙ୍କ ଆରାଧନା କରାଯାଉଛି। ସୁଉଚ୍ଚ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ସିଲଭର ସିଟି କଟକର ପ୍ରତ୍ୟେକଟି ପୂଜା ମଣ୍ଡପ।
ଗଣେଶ ପୂଜା ପାଇଁ ପ୍ରଶିଦ୍ଧ ଜଟଣୀ ଏଥର ମଧ୍ୟ ପୂଜା ପାଇଁ ଚଳଚଞ୍ଚଳ । ପ୍ରତିଥର ପରି ଏଥର ମଧ୍ୟ ବେଶ୍ ଧୁମାଧାମରେ ପୂଜା ପାଉଛନ୍ତି ଗଜାନନ ।
ବ୍ରହ୍ମପୁରରେ ମଧ୍ୟ ବେସ୍ ଧୂମଧାମରେ ଚାଲିଛି ପ୍ରଭୁ ଗଜାନନଙ୍କ ପୂଜା। ଗଞ୍ଜାମ ଜିଲ୍ଲାର ସାନକୁଶସ୍ଥଳୀ ଗାଁରେ ଅଯୋଧ୍ୟାର ଶ୍ରୀରାମ ମନ୍ଦିରର ଅବିକଳ ତୋରଣ ନିର୍ମାଣ କରାଯାଇଛି।
ଏପଟେ ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ରାତି ପାହିଲେ ନୂଆଖାଇ । ଏଥିପାଇଁ ଚାରିଆଡେ ନୂଆଖାଇର ମାହୋଲ । ପୁରରୁ ପଲ୍ଲୀ ସବୁଠି ଗହଳଚହଳ । ସମସ୍ତେ ନୂଆ ପିନ୍ଧିବେ, ନୂଆ ଖାଇବେ । ଏକାଠି ହୋଇ ଜୁହାର ଭେଟ୍ ହେବେ । ଏଥିପାଇଁ ସବୁ ପ୍ରସ୍ତୁତି ସରିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର