ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଚାରିପଟେ ଜାରି ରହିବ ଉଚ୍ଛେଦ କାମ । ଆଗ ଥଇଥାନ ପରେ ଉଛେଦ ଦାବିରେ ଗତକାଲି ଲିଙ୍ଗରାଜ ଥାନା ଘେରିିଥିଲେ ଲିଙ୍ଗରାଜ ସାଂସ୍କୃତିକ ପରିଷଦ ଓ ବରିଷ୍ଠ ନାଗରିକ ମଂଚର ସଦସ୍ୟ । ଏହାପରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଶାସନ ।
ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ସୂଚନା ଦେଇଛନ୍ତି ବିଏମସି କମିସନର ପ୍ରେମଚାନ୍ଦ ଚୌଧୁରୀ । ସେ କହିଛନ୍ତି ଯେ ଜବରଦଖଲକାରୀଙ୍କୁ ଉଛେଦ କରାଯିବ । ନିଜ ଜାଗାରେ ଦୋକାନ କରିଥିବା ବ୍ୟବସାୟୀଙ୍କ ଥଇଥାନ କରାଯିବ ବୋଲି ବିଏମସି କମିସନର କହିଛନ୍ତି । ବିଏମସି କାର୍ଯ୍ୟାଳୟରେ ଆଜି ୧୦ ଜଣିଆ ପ୍ରତିନିଧି ଦଳ ବିଏମସି କର୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଆଗ ଥଇଥାନ ପରେ ଉଛେଦ ଦାବିରେ ଗତକାଲି ଲିଙ୍ଗରାଜ ଥାନା ଘେରିିଥିଲେ ଲିଙ୍ଗରାଜ ସାଂସ୍କୃତିକ ପରିଷଦ ଓ ବରିଷ୍ଠ ନାଗରିକ ମଂଚର ସଦସ୍ୟ । ଏହାପରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଶାସନ ।
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡାର ସମ୍ପର୍କ ଦିନକୁ ଦିନ ଆହୁରୀ ତିକ୍ତ ହେଉଛି । ଭାରତ ଆସୁଥିବା ପର୍ଯ୍ୟଟକଙ୍କୁ କାନାଡା ପକ୍ଷରୁ ସର୍ତକତା ଜାରି କରିଵା ପରେ ଭାରତ କାନାଡା ଭିସା ଉପରେ ପ୍ରତିଵନ୍ଧକ ଲଗାଇଛି । ପରଵର୍ତ୍ତୀ ନିର୍ଦେଶ ନଆସିବା ଯାଏଁ ଏହି ପ୍ରତିବନ୍ଧକ ଲାଗୁ ହେବ । କିଛିଦିନ ତଳେ କାନାଡା ନିଜ ନାଗରିକଙ୍କୁ ସୁରକ୍ଷା ଦୃଷ୍ଟିକୋଣରୁ ଜାମ୍ମୁ କାଶ୍ମୀରକୁ ନଯିବା ପାଇଁ ସତର୍କତା ଜାରି କରିଥିଲା ।
ଖାଲିସ୍ତାନୀ ସମର୍ଥକ ହରଦିପ ସିଂ ନିଜାରର ହତ୍ୟା ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ଉପରେ ଦୋଶାରୋପ କରିବା ସହ ଭାରତର କୂଟନିତୀଜ୍ଞକୁ ବରଖାସ୍ତ କରିବା ପରେ ସବୁ ବିବାଦ ଆରମ୍ଭ ହୋଇଥିଲା । ପରେ ଭାରତ କାନାଡାର ବରିଷ୍ଠ କୁଟନୀତିଜ୍ଞଙ୍କୁ ବହିଷ୍କାର କରି ୧୦ ଦିନ ମଧ୍ୟରେ ଭାରତ ଛାଡିବାକୁ ନିର୍ଦେଶ ଦେଇଥିଲା ।
ଖାଲିସ୍ତାନୀ ସମର୍ଥକ ହରଦୀପ ସିଂ ନିଜାର ଆତଙ୍କବାଦୀ ଗତିବିଧିକୁ ପ୍ରସହ ଦେଉଥିଲା । ତା ଉପରେ ୧୦ ଲକ୍ଷ ଟଙ୍କାର ଇନାମ ରହିଥିଲା । ଗ୍ୟାଙ୍ଗୱାରରେ ତାକୁ ୧୫ରୁ ଅଧିକ ଗୁଳି ମାରି ତାର ହତ୍ୟା କରାଯାଇଥିଲା ।
ଆହୁରି ପଢନ୍ତୁ ବିଦେଶ ଖବର...
ଅର୍ଗସ ବ୍ୟୁରୋ: ବଲିଉଡର ଜଣାଶୁଣା ଅଭିନେତ୍ରୀଙ୍କ ଭିତରୁ ଜଣେ ହେଉଛନ୍ତି କରୀନା କପୁର ଖାନ। 43 ବର୍ଷ ବୟସରେ ପାଦ ଥାପିଛନ୍ତି କରିନା। ଆଉ ତାଙ୍କ ଜନ୍ମଦିନକୁ ସ୍ପେଶିଆଲ କରବା ପାଇଁ ତାଙ୍କ ଭଉଣୀ କରିସ୍ମା କପୁର ପଟୌଦୀ ପ୍ୟାଲେସରେ କେକ୍ କାଟି ତାଙ୍କ ବର୍ଥ ଡେ' କୁ ସେଲିବ୍ରେଟ କରୁଥିବାର ଅନେକ ଚିତ୍ର ସୋସିଆଲ ମିଡିଆରେ ଶେୟାର କରିଛନ୍ତି ବେବୋ।
ଅନେକ ହିଟ୍ ମୁଭି ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଆଉ ଆଜି ତାଙ୍କ ଜନ୍ମଦିନରେ ଓଟିଟିରେ ଏକ ଏପିସୋଡ `ଜାନେ ଜାନ' ରିଲିଜ ହୋଇଛି। ଯେଉଁଠାରେ କରିନା ମାୟା ଭୂମିକାରେ ନଜର ଆସିଛନ୍ତି। 2000 ମସିହାରେ ଅଭିଷେକ ବଚ୍ଚନଙ୍କ ସହ ରେଫ୍ୟୁଜିରୁ ଆରମ୍ଭ କରିଥିଲେ ନିଜ କ୍ୟାରିୟର। ଏଥିରେ ସେ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ପାଇଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ଫିଲ୍ମକରି ଦର୍ଶକଙ୍କୁ ନିଜର ଆକ୍ଟିଂର ଯାଦୁରେ ବାନ୍ଧି ରଖିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ବିଜେଡିରୁ ବହିଷ୍କୃତ ହେଲେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା । ରାଜନୈତିକ ଆକ୍ରୋଶରୁ ସୌମ୍ୟଙ୍କୁ ଦଳରୁ ବହିଷ୍କାର କରାଯାଇଛି । ସମ୍ପାଦକୀୟ ଲେଖି ବିଜେଡିକୁ ଟାର୍ଗେଟ୍ କରିଥିଲେ ସୌମ୍ୟ । ଦଳ ବିରୋଧୀ ମନ୍ତବ୍ୟ ଦେବା ସହ ଗତ କିଛି ଦିନ ଧରି ସୌମ୍ୟ ପଟ୍ଟନାୟକ ନିଜର ଆଲେଖ୍ୟ ଓ ବକ୍ତବ୍ୟ ପାଇଁ ଚର୍ଚ୍ଚାରେ ଥିଲେ । ଏନେଇ ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା । ଯେତେବେଳେ ଚୁପ୍ ଥିଲେ ସେତେବେଳେ ଗେହ୍ଲା ପୁଅ ଥିଲେ ସୌମ୍ୟ । ମୁହଁ ଖୋଲିବାରୁ ସୌମ୍ୟଙ୍କ ବିରୋଧରେ ହେଲା ଆକ୍ସନ୍। ଜବାବ ବି ରଖିବ କି ବିଜେଡି ? ।
ସେପଟେ ରେମୁଣା ବିଧାୟକ ସୁଧାଂଶୁ ପରିଡା ବିଜେଡିରୁ ବିଦା ହୋଇଛନ୍ତି । କୁବୋଟା କେଳେଙ୍କାରୀ ଓ ଚାଷୀଙ୍କ ଟଙ୍କା ହରିଲୁଟ୍ ନେଇ ସାଘାଂତିକ ଅଭିଯୋଗ ରହିଛି ସୁଧାଂଶୁଙ୍କ ନାଁରେ । ଚାଷୀ କେଳେଙ୍କାରୀ ସାମ୍ନାକୁ ଆଣିଥିଲା ଅର୍ଗସ । 18 କୋଟି ଟଙ୍କାର ସ୍କାମ୍ ନେଇ ବାରମ୍ବାର ଅର୍ଗସ ଖବର ପ୍ରସାରଣ କରିଥିଲା । ଆକ୍ସନ୍ ନହେବା ପାଇଁ ପ୍ରଥମେ ଚାପ ପଡୁଥିଲା ଉପରୁ । ଏବେ ସୁଧାଂଶୁଙ୍କୁ ଦଳରୁ ବହିଷ୍କାର କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: