ବିନା ପ୍ରଶ୍ନପତ୍ର ରେ ଚାଲିଛି ପରୀକ୍ଷା। ଛାତ୍ରଛାତ୍ରୀ ଙ୍କ ପାଇଁ ପ୍ରଶ୍ନ ଆସିନଥିବାରୁ ଶିକ୍ଷକ ପ୍ରଶ୍ନ କୁ କଳାପଟା ରେ ଲେଖିଦେଇଛନ୍ତି। କଳାପଟା ରୁ ଦେଖି ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏ ହେଉଛି ବିଂଝାରପୁର ବ୍ଲକ ଚନ୍ଦ୍ରମୁଁ ପଂଚାୟତର ପ୍ରାଥମିକ ବିଦ୍ୟାଳୟ ଓ ଜଗନ୍ନାଥପୁର ସରକାରୀ ବିଦ୍ୟାଳୟର କଥା। ଯାହାକୁ ନେଇ ଛାତ୍ରଛାତ୍ରୀ ନାନା ସମସ୍ୟା ଭୋଗୁଛନ୍ତି। ବ୍ଲକର ଅଧିକାଂଶ ପଂଚାୟତରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି। କେତେକ ବିଦ୍ୟାଳୟ ରେ ହାତ ଲେଖା ପ୍ରଶ୍ନପତ୍ର ମଧ୍ୟ ଦିଆଯାଇଛି। ପ୍ରଶ୍ନ ପତ୍ର ଜାଗାରେ ବ୍ଲାକ ବୋର୍ଡରେ ପ୍ରଶ୍ନ ଲେଖା ଯାଇଛି l ପ୍ରଶ୍ନପତ୍ର ପ୍ରସ୍ତୁତି ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ବ୍ୟବସ୍ଥା କରିବା କଥା। କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷାକୁ ହାଲୁକା ଭାବେ ନେଇ ଛାତ୍ରଛାତ୍ରୀ ଙ୍କ ଭାଗ୍ୟ ସହ ଖେଳୁଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ସେପଟେ ଏ ନେଇ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। 5ଟି ସ୍କୁଲରେ କବାଟରେ ପରୀକ୍ଷା ପ୍ରଶ୍ନ ଲେଖାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ସରକାରଙ୍କ 5ଟି ଯୋଜନା କେତେ ସଫଳ ରୂପାୟନ ହୋଇଛି ତାହା ଏଥିରୁ ସହଜରେ ଅନୁମେୟ।
ବିନା ପ୍ରଶ୍ନପତ୍ରରେ ହେଉଛି ପରୀକ୍ଷା

ଅର୍ଗସ ବ୍ୟୁରୋ: 5-ଟିରେ ରୂପାନ୍ତରଣ ହୋଇଛି ସ୍କୁଲ କିନ୍ତୁ ଏମିତି ଅନେକ ସ୍କୁଲ ଅଛି ଯାହାର ଅନେକ ସମସ୍ୟା ଥିଲେ ବି ସମାଧାନ ହେଉନାହିଁ। ଏଥିପାଇଁ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି। ଏହିଭଳି ଏକ ସ୍କୁଲ ଯାଜପୁର ଜିଲ୍ଲା ବିଞ୍ଝାରପୁରରେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଆସୁନାହିଁ ପ୍ରଶ୍ନପତ୍ର । ପ୍ରଶ୍ନପତ୍ର ନ ଆସିବାରୁ କବାଟରେ ଲେଖାହେଲା ପ୍ରଶ୍ନ ଏବଂ ତାକୁ ଦେଖି ପରୀକ୍ଷା ଦେଲେ ଛାତ୍ରଛାତ୍ରୀ। ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ର କେତେକ ସ୍କୁଲ ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଫଳରେ କ୍ଲାସର ଶେଷ ଧାଡିରେ ବସିଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ହଇରାଣ ହୋଇଛନ୍ତି। ସେପଟେ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ଯାଜପୁର ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।
Download Argus News App
