Headlines 9 am | 08 Feb 2023 | Argus News
୨୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଗୁନ୍ଦୁଲିଆ ପଂଚାୟତର ଆଭ୍ୟନ୍ତରୀଣ ଅଂଚଳରେ ବ୍ୟାପକ ଭାବରେ ଗଂଜେଇ ଗଛ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ । ପଂଚୟତର ଅନେକ ସଂରକ୍ଷିତ ଜଙ୍ଗଲରେ ବେଧଡ଼କ ଭାବରେ ଗଂଜେଇ ଚାଷ କରୁଥିଲେ ମାଫିଆ ।
ଏନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏବେ ଆକ୍ସନ ମୁଡ଼ରେ ଆସିଛି ପୋଲିସ ଓ ଅବକାରୀ ବିଭାଗ । ତେବେ ମିଳିଥିବା ସୂଚନା ଅନୁସାରେ ଆଜି ପ୍ରାୟ 104 ଏକର ଜଙ୍ଗଲ ଜମିରୁ ଲକ୍ଷ ଲକ୍ଷ ଗଂଜେଇ ଗଛ ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 20 କୋଟି 86 ଲକ୍ଷ ହେବ ବୋଲି ସୂଚନା ମିଳିଛି ।
ଏପର୍ଯ୍ୟନ୍ତ ଗଂଜେଇ ମାଫିଆକୁ ଧରିବାରେ ପ୍ରଶାସନ ବିଫଳ ଥିବାବେଳେ ବନ ବିଭାଗର ନାକ ତଳେ ଗଂଜେଇ ଚାଷକୁ ବିଭାଗୀୟ ଅଧିକାରୀ କେମିତି ଜାଣିପାରୁନଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
Download Argus News App
