ପ୍ରତିବର୍ଷ ବାବୁଙ୍କ ବାସଭବନ ଓ କାର୍ଯ୍ୟାଳୟର ମରାମତି ଦରକାର । ବଙ୍ଗଳା ସାଜସଜ୍ଜା ଓ ମରାମତି ପାଇଁ ରାଜକୋଷରୁ ସବୁବର୍ଷ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ବର୍ଷ 2014-15ରେ କୋରୋପୁଟ କଲେକ୍ଟରଙ୍କ ବାସଭବନ ପାଇଁ ଖର୍ଚ୍ଚ ହୋଇଥିଲା 5ଲକ୍ଷ 39 ହଜାର 35 ଟଙ୍କା ଆଉ ଅଫିସ ସାଜସଜ୍ଜା ଓ ମରାମତି ପାଇଁ ସେହିବର୍ଷ ଖର୍ଚ୍ଚ କରାଯାଇଥିଲା 7ଲକ୍ଷ 18 ହଜାର 136 ଟଙ୍କା ।
2015-16ରେ ଜିଲ୍ଲାପାଳଙ୍କ ବଙ୍ଗଳା ମରାମତି ପାଇଁ ଖର୍ଚ୍ଚ ଥିଲା 15ଲକ୍ଷ 21 ହଜାର 764 ଟଙ୍କା । ସେହିବର୍ଷ ଅଫିସ ବାବଦକୁ ଖର୍ଚ୍ଚ ଥିଲା 2ଲକ୍ଷ 21 ହଜାର 405 ଟଙ୍କା ।
2016-17ରେ ଜିଲ୍ଲାପାଳଙ୍କ ବାସଭବନ ମରାମତି ଖର୍ଚ୍ଚ 1ଲକ୍ଷ 84 ହଜାର 655 ଟଙ୍କାରେ ସୀମିତ ରହିଥିବା ବେଳେ କାର୍ଯ୍ୟାଳୟ ପାଇଁ ରାଜକୋଷରୁ ଖର୍ଚ୍ଚ ହୋଇଥିଲା 3 ଲକ୍ଷ 83 ହଜାର 699 ଟଙ୍କା ।
2017-18ରେ କୋରାପୁଟ ଜିଲ୍ଲାପାଳଙ୍କ ବଙ୍ଗଳା ମରାମତି ଖର୍ଚ୍ଚ ବଢି ପହଞ୍ଚିଥିଲା 10ଲକ୍ଷ 49 ହଜାର 644 ଟଙ୍କାରେ । ସେହିବର୍ଷ ଅଫିସ ସାଜସଜ୍ଜା ଓ ମରାମତି ପାଇଁ 16 ଲକ୍ଷ 52 ହଜାର 886 ଟଙ୍କା ସରକାରୀ ତହବିଲରୁ ଯାଇଥିଲା ।
2018- 19ରେ କଲେକ୍ଟର ବାବୁଙ୍କ ବଙ୍ଗଳା ସାଜସଜ୍ଜା ଓ ମରାମତି ଖର୍ଚ୍ଚ 9ଲକ୍ଷ 26 ହଜାର 757ରେ ସୀମିତ ରହିଥିବା ବେଳେ କାର୍ଯ୍ୟାଳୟ ମରାମତି ବାବଦକୁ ଖର୍ଚ୍ଚ ବଢ଼ି ପହଞ୍ଚିଥିଲା 30 ଲକ୍ଷ 17 ହଜାର 638 ଟଙ୍କାରେ । ଅର୍ଥାତ 5 ବର୍ଷରେ ଜିଲ୍ଲାପାଳଙ୍କ ବାସଭବନ ଓ କାର୍ଯ୍ୟାଳୟ ରିପାଏରିଂ ପାଇଁ ସରକାରୀ କୋଷରୁ ଏକ କୋଟି 24 ଲକ୍ଷ 15 ହଜାର 619 ଟଙ୍କା ଖର୍ଚ୍ଚ ହୋଇଥିଲା ।
ଇଏ ଭାତ ହାଣ୍ଡିରୁ ଗୋଟିଏ ପରି ମାତ୍ର ଜଣେ ଜିଲ୍ଲାପାଳଙ୍କ ବଙ୍ଗଳା ଓ ଅଫିସ ସାଜସଜ୍ଜା ଖର୍ଚ୍ଚର ବିବବଣୀ । ଏଥିରୁ ଅନୁମାନ କରାଯାଇ ପାରେ ପ୍ରତିବର୍ଷ ବାବୁମାନଙ୍କ ବଙ୍ଗଳା ମରାମତିରେ ରାଜକୋଷରୁ କେତେ କୋଟି ଟଙ୍କା ଖର୍ଚ୍ଚ ହେଉନଥିବ । ଏହା ପ୍ରମାଣିତ କରୁଛି ଯେ ସରକାରଙ୍କ ଖର୍ଚ୍ଚକାଟ ଘୋଷଣା କେବଳ ନାଟକବାଜି ।