ଅଧିକ ପଢନ୍ତୁ ଓଡ଼ିଶା ଖବର
ସୂଚନା ମୁତାବକ ଦୁଇଜଣ ମାଓବାଦୀ ସାଧାରଣ ବ୍ୟକ୍ତିଙ୍କ ବେଶରେ ୬ ଲକ୍ଷ ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ ବିଡା ନେଇ ୧୧ଟି ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ କରିବାକୁ ଆସିଥିଲେ । ତେବେ ବ୍ୟାଙ୍କରେ ପଇସା ଡିପୋଜିଟ କରିବା ସମୟରେ ଗୁଇନ୍ଦା ସୂଚନା ପାଇ ବିଜାପୁର ଏସପିଙ୍କ ନେତୃତ୍ବରେ ଡିଆରଜିର ଯବାନ ଦୁଇ ଜଣ ମାଓନେତାଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ତେବେଦୁଇ ମାଓ ନେତାଙ୍କଠାରୁ ୬ ଲକ୍ଷ ଟଙ୍କା ଓ ୧୧ଟି ବ୍ୟାଙ୍କ ପାସବୁକ ଜବତ ହୋଇଛି । ଅଧିକା ପଚରା ଉଚରା ଜାରି ରଖିଛି ପୋଲିସ ।